ETV Bharat / state

ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବାଣ୍ଟୁଛି ସ୍ବେଚ୍ଛାସେବୀ ସଂଗଠନ

author img

By

Published : Jun 6, 2021, 4:20 PM IST

ମହାମାରୀ କୋରୋନା ସମୟରେ ଗରିବ ଶ୍ରେଣୀର ଲୋକଙ୍କୁ ଦୁଇ ମୁଠା ଆହାର ଯୋଗାଉଛି ସୁବର୍ଣ୍ଣପୁରର କେଶରୀୟା ହିନ୍ଦୁ ବାହିନୀ । ଅଧିକ ପଢନ୍ତୁ...

food distribution by volunteer organization in subarnapur
ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବାଣ୍ଟଛି ସ୍ବେଚ୍ଛାସେବୀ ସଂଗଠନ

ସୁବର୍ଣ୍ଣପୁର: ରୋଗୀଙ୍କୁ ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ । ମହାମାରୀ କୋରୋନା ସମୟରେ ଗରିବ ଶ୍ରେଣୀର ଲୋକଙ୍କୁ ଦୁଇ ମୁଠା ଆହାର ଯୋଗାଉଛି ସୁବର୍ଣ୍ଣପୁରର କେଶରୀୟା ହିନ୍ଦୁ ବାହିନୀ ।

ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବାଣ୍ଟଛି ସ୍ବେଚ୍ଛାସେବୀ ସଂଗଠନ

ଲଗାତାର ଭାବରେ ତୃତୀୟ ସପ୍ତାହରେ ମଧ୍ୟ କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଓ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ରୋଗୀଙ୍କ ସହାୟକଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହିତ ବିନିକା ସହର ଓ ସୋନପୁର ନଗରର ବିଭିନ୍ନ ଯାଗାରେ ନିରାଶ୍ରୟ ଓ ଗରିବ ଲୋକଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଦଣ୍ଡସେନାଙ୍କ ନେତୃତ୍ବରେ କାର୍ଯ୍ୟକର୍ତାମାନେ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଚଣ୍ଡ ଗ୍ରୀଷ୍ମରେ ଖାଦ୍ୟ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶମ୍ଭୁ ପ୍ରସାଦ ହୋତା, ମାନସ ରଞ୍ଜନ ମିଶ୍ର, ଶରତ ମହାପାତ୍ର,ଆଲୋକ ନାଥ ମଲ୍ଲିକ, ଦ୍ବାରିକା ମିଶ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯଥା ଶକ୍ତି ଆର୍ଥିକ ସହଯୋଗ ଦେବା ସହିତ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଲକଡାଉନ୍ ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ସଭାପତି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.