ETV Bharat / state

ଖରିଫ ଧାନ ବିକ୍ରି ସମସ୍ୟା, ବଢୁଛି ଚାଷୀ ଅସନ୍ତୋଷ

author img

By

Published : Jun 4, 2021, 1:49 PM IST

ସୁବର୍ଣ୍ଣପୁର ଖରିଫ ଋତୁ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଲେ ଜିଲ୍ଲା ଯୋଗାଣ ଅଧିକାରୀ । ଅଧିକ ପଢନ୍ତୁ...

ଖରିଫ ଧାନ ବିକ୍ରି ସମସ୍ୟା, ବଢୁଛି ଚାଷୀ ଅସନ୍ତୋଷ
ଖରିଫ ଧାନ ବିକ୍ରି ସମସ୍ୟା, ବଢୁଛି ଚାଷୀ ଅସନ୍ତୋଷ

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ପ୍ରସଙ୍ଗ । ଏନେଇ ଅଭିଯୋଗ ପରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ତତ୍ପରତା ପ୍ରକାଶ କରିଛି । କୃଷକ ନେତା ସୁରେଶ ପାତ୍ରଙ୍କ ନେତୃତ୍ବରେ ଏକ ଚାଷୀ ପ୍ରତିନିଧୀ ଦଳ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ସାକ୍ଷାତ କରି ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିଛନ୍ତି ।

ଖରିଫ ଧାନ ବିକ୍ରି ସମସ୍ୟା, ବଢୁଛି ଚାଷୀ ଅସନ୍ତୋଷ

ସୂଚନା ଅନୁଯାୟୀ, ଗତ ଖରିଫ ଋତୁରେ ଅନେକ ଚାଷୀ ଧାନ ବିକ୍ରି କରି ପାରି ନଥିବାବେଳେ ପୁଣି ଏଥର ବି ସେହି ସମାନ ସମସ୍ୟା ଦେଖାଦେଇଛି । ଆଟ, ମାଳ, ପାହାଡିଆ ଆଦି କିସମର ଜମିରେ ଉତ୍ପାଦିତ ହେଉଥିବା ଧାନ ଚାଷୀ ବିକ୍ରି କରି ପାରୁନାହାନ୍ତି । ବିଭିନ୍ନ ଉଠା ଜଳସେଚନ ମାଧ୍ୟମରେ ପାହାଡିଆ ଜମିରେ ଧାନ ଉତ୍ପାଦନ ହେଉଥିବା ବେଳେ ସେହି ଧାନକୁ ବିକ୍ରି କରିବା ପାଇଁ ପ୍ରଶାସନିକ ଅନୁମତି ଓ ଟୋକନ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରିକି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ନ କିଣି ଧାନ କିଣା ଯାଇଛି ବୋଲି ଦର୍ଶାଉଥିବାବେଳେ ଧାନ କ୍ରୟରେ କଟନୀ ଛଟନି ହେଉଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅପରପକ୍ଷରେ ଅଭିଯୋଗ ପାଇବା ପରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଅଧିକାରୀଙ୍କ ନିକଟରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.