ETV Bharat / state

ସୋନପୁର ଟ୍ରଷ୍ଟଫଣ୍ଡର ମିଳୁନି ସୁଧ, ଆର୍ଥିକ ସହାୟତାରୁ ବଞ୍ଚିତ ଯୋଗ୍ୟ ଆଶାୟୀ

author img

By

Published : Jun 14, 2020, 4:28 PM IST

ଦୀର୍ଘ ଦିନରୁ ସୋନପୁର ଟ୍ରଷ୍ଟଫଣ୍ଡର ସୁଧ ମିଳିନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରକାର ଦାବି ମଧ୍ୟ କରାଯାଉନାହିଁ । ଅଧିକ ପଢନ୍ତୁ...

ସୋନପୁର ଟ୍ରଷ୍ଟଫଣ୍ଡର ମିଳୁନି ସୁଧ, ଆର୍ଥିକ ସହାୟତାରୁ ବଞ୍ଚିତ ଯୋଗ୍ୟ ଆଶାୟୀ
ସୋନପୁର ଟ୍ରଷ୍ଟଫଣ୍ଡର ମିଳୁନି ସୁଧ, ଆର୍ଥିକ ସହାୟତାରୁ ବଞ୍ଚିତ ଯୋଗ୍ୟ ଆଶାୟୀ

ସୁବର୍ଣ୍ଣପୁର: ସୋନପୁର ଗଡଜାତ ଟ୍ରଷ୍ଟଫଣ୍ଡର ସୁଧ ମିଳୁନାହିଁ । ଫଳରେ ସୁବର୍ଣ୍ଣପୁର ଜିଲ୍ଲାର ଯୋଗ୍ୟ ଆଶାୟୀ ବ୍ୟକ୍ତିମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ଦିନରୁ ସୁଧ ମିଳୁ ନ ଥିବାରୁ ବିଭିନ୍ନ ବର୍ଗରେ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରୁ ନାହିଁ।

ସୋନପୁର ଟ୍ରଷ୍ଟଫଣ୍ଡର ମିଳୁନି ସୁଧ, ଆର୍ଥିକ ସହାୟତାରୁ ବଞ୍ଚିତ ଯୋଗ୍ୟ ଆଶାୟୀ

ବିଶେଷକରି ଶିକ୍ଷା, ଖେଳ, ଚିକିତ୍ସା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ତ୍ବ ଅର୍ଜନ କରିଥିବା ବ୍ୟକ୍ତିମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି । ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ବ୍ୟକ୍ତି ଵିଶେଷ ଓ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଦରଖାସ୍ତ ଦିଆଯାଇଛି । ହେଲେ ସୁଧ ମିଳୁ ନ ଥିବାରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରୁନାହିଁ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ସୁଧ ପାଇଁ ଦାବି ମଧ୍ୟ କରାଯାଉ ନାହିଁ । ଫଳରେ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଲାଗିରହିଛି । ଅପରପକ୍ଷରେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟଫଣ୍ଡ ଉପାଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି ।

ସୂଚନାଯୋଗ୍ୟ, ରାଜା ବୀରମିତ୍ରୋଦୟ ସିଂଦେଓ 10 ଲକ୍ଷ ଟଙ୍କା ବିନିମୟରେ ସୋନପୁର ଟ୍ରଷ୍ଟଫଣ୍ଡକୁ 1910 ମସିହାରେ ତିଆରି କରିଥିଲେ । 1924 ମସିହାରେ ଆହୁରି 14 ଲକ୍ଷ ଟଙ୍କା ରାଜା ପ୍ରଦାନ କରିଥିଲେ । ଉଦ୍ଦେଶ୍ୟ ଥିଲା ସୋନପୁର ଗଡଜାତର ଗରିବ କୃତୀ ବ୍ୟକ୍ତି ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ । ସ୍ୱାଧୀନତା ପରେ ବଲାଙ୍ଗୀର ଜିଲ୍ଲାକୁ ଚାଲିଗଲା ଟ୍ରଷ୍ଟଫଣ୍ଡ ।

1970 ଆନ୍ଦୋଳନ ପରେ ସୋନପୁରକୁ ଫେରିଲା ଏହି ଟ୍ରଷ୍ଟଫଣ୍ଡ । ଏବେ ଏହି ଫଣ୍ଡରେ କୋଟି କୋଟି ଟଙ୍କା ରହିଛି । ତାରି ସୁଧରେ ବିଭିନ୍ନ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା କଥା । ଯାହା ଏବେ ସରକାରୀ ଫାଇଲର ନାଲି ଫିତା ଭିତରେ ଚାପି ହୋଇ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.