ETV Bharat / state

ଧାନ ବିକ୍ରି ସମସ୍ୟାକୁ ନେଇ ବିନିକାରେ କଂଗ୍ରେସର ବନ୍ଦ ପାଳନ

author img

By

Published : Jun 25, 2021, 11:59 AM IST

ସୁବର୍ଣ୍ଣପୁର କଂଗ୍ରେସ ପକ୍ଷରୁ ବିନିକାରେ ବିକ୍ଷୋଭ ପ୍ରଦର୍ଶନ । ସକାଳ 7 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ । ଅଧିକ ପଢନ୍ତୁ...

ଧାନ ବିକ୍ରି ସମସ୍ୟାକୁ ନେଇ ବିନିକାରେ କଂଗ୍ରେସର ବନ୍ଦ ପାଳନ
ଧାନ ବିକ୍ରି ସମସ୍ୟାକୁ ନେଇ ବିନିକାରେ କଂଗ୍ରେସର ବନ୍ଦ ପାଳନ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ 7 ଟା ରୁ ସଂନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି । ଗତ ରବି ଋତୁ ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ କରି ବନ୍ଦ ପାଳନ କରାଯାଉଛି ।

ଧାନ ବିକ୍ରି ସମସ୍ୟାକୁ ନେଇ ବିନିକାରେ କଂଗ୍ରେସର ବନ୍ଦ ପାଳନ

ଚାଷୀମାନେ ତଥା କଂଗ୍ରେସ ପକ୍ଷରୁ ଚାଷୀ ସମସ୍ୟା ସମାଧାନ ଦାବିରେ ବାରମ୍ବାର ଆନ୍ଦୋଳନ କରାଯାଇଛି ।ଏପରିକି ଗତ ଦୁଇ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣା ଦିଆଯାଇ ଥିବାବେଳେ କୌଣସି ସମାଧାନ ନ ହେବାରୁ ଆଜି(ଶୁକ୍ରବାର) ବାଧ୍ୟ ହୋଇ କଂଗ୍ରେସ ବିନିକା ସହରକୁ ବନ୍ଦ କରିଛି । ଏଥିପାଇଁ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହି ଥିବାବେଳେ ସମସ୍ତ ସରକାରୀ କାର୍ଯ୍ୟାଳକୁ ମଧ୍ୟ ବନ୍ଦ ରଖାଯାଇଛି ।

ଏପରିକି ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ରହିଛି । କେବଳ ଜରୁରୀ ସେବାକୁ ଏଥିରୁ ବାଦ ଦିଆଯାଇଛି । ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.