ETV Bharat / state

ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ

author img

By

Published : May 25, 2021, 10:15 AM IST

ସୁବର୍ଣ୍ଣପୁରରେ ବାଟବଣା ଭାଗବତ ଟୁଙ୍ଗୀ ପୁନଃରୁଦ୍ଧାର ଯୋଜନା । ତେବେ ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର 2014-15 ମସିହାରେ 25 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ହେଲେ ଜିଲ୍ଲାରେ ଗୋଟିଏ ହେଲେ ବି ଟୁଙ୍ଗୀକୁ ସଂପୂର୍ଣ୍ଣ ଅନୁଦାନ ଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ
ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ

ସୁବର୍ଣ୍ଣପୁର: ଜିଲ୍ଲାରେ ଭାଗବତ ଟୁଙ୍ଗୀ ପୁନଃରୁଦ୍ଧାର ଯୋଜନା ବାଟବଣା ହୋଇଥିବା ହୋଇଛି ଅଭିଯୋଗ । ଓଡିଆ ସଂସ୍କୃତିକୁ ପୁରପଲ୍ଲୀରେ ବଞ୍ଚାଇ ରଖିବାକୁ 2014-15 ମସିହାରେ ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର 25 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ହେଲେ ଜିଲ୍ଲାରେ ଗୋଟିଏ ହେଲେ ବି ଟୁଙ୍ଗୀକୁ ସଂପୂର୍ଣ୍ଣ ଅନୁଦାନ ଦିଆଯାଇ ପାରିନାହିଁ ।

ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ

2018-19ରେ ଏହି ଆର୍ଥିକ ସହାୟତାକୁ 50 ହଜାର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା । 2014 ମସିହାରୁ 2017 ପର୍ଯ୍ୟନ୍ତ 174 ଟି ଭାଗବତ ଟୁଙ୍ଗୀ ପାଇଁ ଅନୁଦାନ ମିଳିଥିଲା । ସେହିପରି 2018-19 ଆର୍ଥିକ ବର୍ଷରେ 38 ଗୋଟି ଓ 2019-20 ଆର୍ଥିକ ବର୍ଷରେ 51ଗୋଟି ଭାଗବତ ଟୁଙ୍ଗୀକୁ 50 ହଜାର ଟଙ୍କା ଲେଖାଏଁ ଅନୁଦାନ ମିଳିଛି । ହେଲେ ଆଜି ପର୍ଯ୍ୟନ୍ତ 174 ଗୋଟି ଭାଗବତ ଟୁଙ୍ଗୀକୁ 10 ହଜାର ଲେଖାଏଁ ଖର୍ଚ୍ଚ କରି ଏକ ମାଇକ ସେଟ କେବଳ ପ୍ରଦାନ କରାଯାଇଛି, ହେଲେ କର୍ପସ ଫଣ୍ଡ ବାବଦକୁ 15 ହଜାର ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇ ପାରିନାହିଁ ।

ସେହିପରି 89 ଗୋଟି ଭାଗବତ ଟୁଙ୍ଗୀ ପାଇଁ ମାଇକସେଟ ଯୋଗାଇ ଦେବାକୁ ଥିବା ବେଳେ ତାହା ଏ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ପାରିନାହିଁ । ତେବେ ମାଇକ ସେଟକୁ ବାଦଦେଲେ ଭାଗବତ ଟୁଙ୍ଗୀଗୁଡିକୁ ଟଙ୍କାଟିଏ ବି ଅନୁଦାନ ଯୋଗାଇ ଦିଆଯାଇନାହିଁ । ତେଣୁ ଭାଗବତ ଟୁଙ୍ଗୀ ଚୟନରେ ବ୍ୟାପକ ଅନିୟମିତତା ହୋଇ ଏହି ଯୋଜନା ବାଟବଣା ହୋଇଥିବା ବିଜେପି ଅଭିଯୋଗ କରିଛି ।

ଅପରପକ୍ଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାଗବତ ଟୁଙ୍ଗୀ ପାଇଁ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦେଇ ନ ଥିବାରୁ ଅନୁଦାନ ଦିଆଯାଇ ପାରିନାହିଁ ବୋଲି କହିଛନ୍ତି । ଏହାସହ ନିଜ ମୁଣ୍ଡରୁ ଦୋଷ ଛଡେଇବା ପାଇଁ ସସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲ୍ଲାର ସମସ୍ତ ବିଡିଓ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଅନୁଦାନ ଦେବା ପାଇଁ ଆବଶ୍ୟକ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରି ଦେବାକୁ କୁହାଯାଇଛି ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.