ETV Bharat / state

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

author img

By

Published : Jan 18, 2021, 10:31 PM IST

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଦୁର୍ଘଟଣା
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଦୁର୍ଘଟଣା

ସୁବର୍ଣ୍ଣପୁର : ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଶୁରା ଚାରମରା ଗାଁର ୩୬ ବର୍ଷିୟ ଯୁବକ ସନ୍ତୋଷ କୁମାର ମିଶ୍ର କୌଣସି ଏକ କାମରେ ସମ୍ବଲପୁର ଯାଉଥିବା ବେଳ ମାଟୁପାଲି ଛକ ହମସ୍ ଠାରେ ବାଇକରୁ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଣି ଉଲୁଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଟୁପାଲି ଛକ ନିକଟରେ ଦୁର୍ଘଟଣା

ତେବେ ଗତ 9 ମାସ ଭିତରେ 88 ଟି ଦୁର୍ଘଟଣା ହୋଇଥିବା ବେଳେ 63 ଜଣଙ୍କର ପ୍ରାଣ ହାନି ହୋଇଛି । ଜିଲ୍ଲା ପରିବହନ ବିଭାଗ ଏବେ ସଡକ ସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ବି ବଢ଼ିବାରେ ଲାଗିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.