ETV Bharat / state

କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର 12 କର୍ମଚାରୀଙ୍କୁ କୋରୋନା

author img

By

Published : Oct 15, 2020, 10:50 PM IST

କର୍ମଚାରୀ ମାନେ କୋଭିଡ-19 ସଂକ୍ରମିତ ବୋଲି ଜଣାପଡିବା ପରେ ଉଭୟ ଉପ କୃଷି ନିର୍ଦ୍ଦେଶକ ଓ ମୃତିକା ପରୀକ୍ଷାଗାରକୁ ସିଲ କରି ଦିଆଯାଇଛି ।

କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର 12ଜଣ କର୍ମଚାରୀ କୋରୋନା ପଜିଟିଭି
କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର 12ଜଣ କର୍ମଚାରୀ କୋରୋନା ପଜିଟିଭି

ସୁବର୍ଣ୍ଣପୁର: ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ 12 ଜଣ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । କର୍ମଚାରୀ ମାନେ କୋଭିଡ-19 ସଂକ୍ରମିତ ବୋଲି ଜଣା ପଡିବା ପରେ ଉଭୟ ଉପ କୃଷି ନିର୍ଦ୍ଦେଶକ ଓ ମୃତିକା ପରୀକ୍ଷାଗାରକୁ ସିଲ କରି ଦିଆଯାଇଛି ।

କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର 12ଜଣ କର୍ମଚାରୀ କୋରୋନା ପଜିଟିଭି

ଉଭୟ କାର୍ଯ୍ୟାଳୟରେ ପ୍ରାୟ 22 ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ କାର୍ଯ୍ୟାଳୟ ଦୁଇଟିକୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଭାରପ୍ରାପ୍ତ ଉପ କୃଷି ନିର୍ଦ୍ଦେଶକ ଶ୍ରୀନିବାସ ମଲ୍ଲିକ ଉଭୟ କାର୍ଯ୍ୟାଳୟକୁ ସାନିଟାଇଜ କରିବା ପାଇଁ କାର୍ଯ୍ୟାଳୟ ବନ୍ଦ କରିବାକୁ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କ ପାଖରୁ ଅନୁମତି ଆଣିଛନ୍ତି । ତେବେ ଏବେ ଶହ ଶହ ଚାଷୀ କୃଷି ପରାମର୍ଶ ଓ ବିଭିନ୍ନ କୃଷି ସହାୟତା ପାଇଁ କାର୍ଯ୍ୟାଳୟକୁ ଦୌଡ଼ି ଆସୁଥିବା ବେଳେ ନିରାଶରେ ଘରକୁ ଫେରୁଛନ୍ତି । କୃଷି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ବନ୍ଦ କରାଯାଉଥିବା ସୂଚନା ଗଣମାଧ୍ୟମକୁ ପୂର୍ବରୁ ଜଣେଇ ନ ଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.