ETV Bharat / state

ସମ୍ବଲପୁରରେ କିନ୍ନରଙ୍କୁ ହତ୍ୟା, କିନ୍ନର ସଂଘର ରାସ୍ତାରୋକ

author img

By

Published : Feb 17, 2022, 8:16 PM IST

Updated : Feb 17, 2022, 9:45 PM IST

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଜଣେ କିନ୍ନରକୁ ଗଳାକାଟି ହତ୍ୟା । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୋଡଭଗା ନିକଟରେ କିନ୍ନରକୁ ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରରେ କିନ୍ନରଙ୍କୁ ହତ୍ୟା, କିନ୍ନର ସଂଘର ରାସ୍ତାରୋକ
ସମ୍ବଲପୁରରେ କିନ୍ନରଙ୍କୁ ହତ୍ୟା, କିନ୍ନର ସଂଘର ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଜଣେ କିନ୍ନରକୁ ଗଳାକାଟି ହତ୍ୟା । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୋଡଭଗା ନିକଟରେ କିନ୍ନରକୁ ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ଖବର ପାଇ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ ସାହାଯ୍ୟରେ ପ୍ରାଥମିକ ତଦନ୍ତ କରିଛି ।

ସମ୍ବଲପୁରରେ କିନ୍ନରଙ୍କୁ ହତ୍ୟା, କିନ୍ନର ସଂଘର ରାସ୍ତାରୋକ

ଏଥିସହ ମୃତଦେହକୁ ଜବତ କରି ବୁର୍ଲା ବଡ଼ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାସ୍ଥଳରେ ଏକ ଜୁପିଟର ଗାଡି ରାସ୍ତା କଡରେ ଛିଡା ହୋଇଥିଲା । ତେବେ ମୃତ କିନ୍ନର ଜଣକ ହେଲେ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳାର କଦମପଡାର ୨୦ ବର୍ଷ ବୟସ୍କ ଫିରୋଜ ଛାତ୍ରୀଆ । ଅନ୍ୟପଟେ ମୃତ୍ୟୁ ଖବର ପାଇବା ପରେ କିନ୍ନର ସଂଘ ଶବ ମେଡିକାଲରେ ପହଞ୍ଚିଛନ୍ତି ।

ଅପରପକ୍ଷେ ହତ୍ୟାକାରୀକୁ ଗିରଫ ଦାବିରେ ଗୋଶାଳା ଅଞ୍ଚଳରେ ରାସ୍ତାରୋକ କଲେ ଶତାଧିକ କିନ୍ନର । ସମ୍ବଲପୁର-ବରଗଡ ରାସ୍ତା ଗୋଶାଳା ଠାରେ 53 ନମ୍ବର ମୁମ୍ବାଇ କୋଲକାତା ରାଜରାସ୍ତା ଅବରୋଧ କରିଛନ୍ତି କିନ୍ନର ସଂଗଠନର ସଦସ୍ୟ । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି ।

ଏଥିସହ ମୃତ କିନ୍ନର ପରିବାରକୁ 10ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ଦାବି କରାଯାଇଛି । ତେବେ ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଅନ୍ୟ ସ୍ଥାନର କିନ୍ନର ଆସି ଶବ ନେଇ ରାସ୍ତାରେ ରଖିବା ସହ ଧାରଣା ଦେଇ ରାସ୍ତାରୋକ କରିଛନ୍ତି |
ଅନ୍ୟପଟେ ହତ୍ୟାକାରୀ ଧରା ନ ପଡିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି କିନ୍ନର ସଂଗଠନ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 17, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.