ETV Bharat / state

ଟୋକନ ବ୍ୟବସ୍ଥାକୁ ବିରୋଧ, ଗୁରୁବାର ଠାରୁ ରାଜରାସ୍ତା ଜାମ କରିବେ ଚାଷୀ

author img

By

Published : Nov 20, 2019, 8:21 PM IST

ଧାନ କ୍ରୟରେ ଘୋର ଅବ୍ୟବସ୍ଥା । ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ସମ୍ବଲପୁର ଚାଷୀ ଓହ୍ଲାଇବେ ରାଜରାସ୍ଥାକୁ । ଗୁରୁବାର ମୁମ୍ବାଇ ହାୱଡା ରାଜ ରାସ୍ତାରେ ଧାନ ବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ଚାଷୀ । ଅଧିକ ପଢ଼ନ୍ତୁ...

ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜରାସ୍ତା ଜାମ କରିବେ ଚାଷୀ !

ସମ୍ବଲପୁର: ଥନୁମି ଧାନ କ୍ରୟ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ବିରୋଧ । ବିଗତ 2 ଦିନ ହେଲା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଭିନଵ ଉପାୟରେ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି ଜିଲ୍ଲାର ଚାଷୀ । ତେବେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଛି । ଗୁରୁବାର ସମ୍ବଲପୁର ଚାଷୀ ବରେଇପାଲି ଛକ ନିକଟରେ ମୁମ୍ବାଇ ହାୱଡା ରାଜ ରାସ୍ତାରେ ଧାନ ବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜରାସ୍ତା ଜାମ କରିବେ ଚାଷୀ !

ଗତ ସୋମବାର ଦିନ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚାରିପଟେ ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀ ପ୍ରତିବାଦ କରିଥିବା ବେଳେ ମଙ୍ଗଳବାର ଦିନ ସ୍ଥାନୀୟ ବିଧାୟକଙ୍କ ବାସଗୃହ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିଥିଲେ । ଏହାସହ ବୁଧବାର ସୁଦ୍ଧା ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ରାଜରାସ୍ତା ଜାମ କରିବେ ବୋଲି କହିଥିଲେ ।

ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେବାରୁ ଗୁରୁବାର ଦିନ 12ଟାରୁ ଚାଷୀ ଆନ୍ଦୋଳନରେ ରାଜ ରାସ୍ତା ଜାମ ହେବ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆସନ୍ତା କାଲିଠାରୁ ରାଜ ରାସ୍ତାରେ ଓହ୍ଲାଇବେ ଚାଷୀ। ଧାନ କ୍ରୟ ପ୍ରକ୍ରିୟା ରେ ଟୋକନ ବ୍ୟବସ୍ଥା କୁ ବିରୋଧ କରି ବିଗତ 2 ଦିନ ହେଲା ଅଭିନଵ ଉପାୟରେ ପ୍ରତୀକାତ୍ମକ ଆନ୍ଦୋଳନ କରୁଥିବା ବେଳେ ବର୍ତ୍ତମାନ ଆସନ୍ତା କାଲି ଠାରୁ ଚାଷୀ ଆନ୍ଦୋଳନ ବାସ୍ତବିକ ରୂପରେ ହେବାକୁ ଯାଉଛି।ଅଶାନ୍ତ କାଲି ଠାରୁ ସମ୍ବଲପୁର ଚାଷୀ ବରେଇପାଲି ଛକ ନିକଟରେ ମୁମ୍ବାଇ Howrah ରାଜ ରାସ୍ତାରେ ଚାଷୀମାନେ ଧାନ ବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ନୁଷ୍ପତି ନେଇଛନ୍ତି।


Body:ଆସନ୍ତା କାଲି ଚାଷୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଛି। ଗତ ସୋମବାର ଦିନ ସମ୍ବଲପୁର ଜିଲ୍ଳାପାଳ ନ୍କ ଅଫିସ ଚାରିପଟେ ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀ ପ୍ରତିବାଦ କରିଥିବା ବେଳେ ମଙ୍ଗଳବାର ଦିନ ସ୍ଥାନୀୟ ବିଧାୟକ ମାନଙ୍କ ବାସଗୃହ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିଥିଲେ।


Conclusion:ଆଜି ସନ୍ଧ୍ୟା ସୁଦ୍ଧା ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ଆସନ୍ତା କାଲି ଦିନ 12 ଟାରୁ ରାଜ ରାସ୍ତା ପୁରା ପୁରି ଜାମ ହୋଇଯିବ ଚାଷୀ ଆନ୍ଦୋଳନ ରେ।

ବାଇଟ-1-ଦେବେନ୍ଦ୍ର ବେହେରା,ଚାଷୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.