ETV Bharat / state

ତୈଳଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ

author img

By

Published : Jun 11, 2021, 6:51 PM IST

ପେଟ୍ରୋଲିୟମ ପଦାର୍ଥର ଅହେତୁକ ଦରଦାମ ବୃଦ୍ଧିକୁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବଲପୁର ଗୋଲବଜାର ସ୍ଥିତ ପେଟ୍ରୋଲ ପମ୍ପ ଠାରେ ପ୍ରତିବାଦ କରାଯାଇଛି। ଅଧିକ ପଢନ୍ତୁ...

ତୈଳଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ
ତୈଳଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ

ସମ୍ବଲପୁର: ପେଟ୍ରୋଲିଅମ ପଦାର୍ଥର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ। ଆଜି(ଶୁକ୍ରବାର) ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବଲପୁର ଗୋଲବଜାର ସ୍ଥିତ ପେଟ୍ରୋଲ ପମ୍ପ ଠାରେ ଏନେଇ ପ୍ରତିବାଦ କରାଯାଇଛି।

ତୈଳଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ

ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇଛି। ଆଜି ସକାଳ 9 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ କରାଯାଇଛି। ଗୋଟିଏ ପଟେ କୋଭିଡ ଯୋଗୁଁ ସାଧାରଣ ଜନତା ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପ୍ରଭାବ ପକାଉଛି ବୋଲି କହିଛି କଂଗ୍ରେସ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.