ETV Bharat / state

ସୋନିଆଙ୍କୁ EDର ଜେରା ପ୍ରସଙ୍ଗ, ସମ୍ବଲପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jul 22, 2022, 10:38 PM IST

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରା ପ୍ରସଙ୍ଗ । ସମ୍ବଲପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ସୋନିଆଙ୍କୁ EDର ଜେରା ପ୍ରସଙ୍ଗ, ସମ୍ବଲପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ସୋନିଆଙ୍କୁ EDର ଜେରା ପ୍ରସଙ୍ଗ, ସମ୍ବଲପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଜେରା ପ୍ରସଙ୍ଗ । ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୋନିଆଙ୍କୁ EDର ଜେରା ପ୍ରସଙ୍ଗ, ସମ୍ବଲପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ସରକାର ନିଜର କ୍ଷମତାର ଅପବ୍ୟବହାର କରି ଇଡି ଜରିଆରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମନ ପଠାଇ ଜାଣିଶୁଣି ବିନା କାରଣରେ ହଇରାଣ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏମିତି ଭାବେ କ୍ଷମତା ର ଅପବ୍ୟବହାର କରି କଂଗ୍ରେସ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ବହୁ କଂଗ୍ରେସ ନେତା ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

ତେବେ ସୂଚନା ଥାଉ କି ଜେରା ବେଳେ ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମାନ ମାମଲାରେ ଇଡିର ମାରାଥନ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି । ତେବେ ପୂର୍ବପରି ଦଳ ମଧ୍ୟ ଚଳିତ ଥର ପ୍ରତିବାଦର ରାସ୍ତା ଆପଣାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.