ETV Bharat / state

ମଦ ଦୁର୍ନୀତି: ସମ୍ବଲପୁରରେ ବିଜେପିର ଆନ୍ଦୋଳନ

author img

By ETV Bharat Odisha Team

Published : Dec 11, 2023, 8:31 PM IST

BJP Protest Against Odisha Govt: ଝାଡଖଣ୍ଡରୁ ପଶ୍ଚିମ ଓଡିଶା ଯାଏଁ ଚାଲିଛି ଆୟକର ବିଭାଗର ଘନଘନ ଚଢାଉ । ଶହ ଶହ କୋଟି ଟଙ୍କା ଜବତ ହେଲାଣି । ପଶ୍ଚିମ ଓଡିଶାର ବଲାଙ୍ଗୀର ସମ୍ବଲପୁରରୁ ଜବତ ହେଉଛି କୋଟି କୋଟି ଟଙ୍କା । ପୁରା ମଦ ଦୁର୍ନୀତି ଘଟଣାରେ ବିଜେଡି ଲିଙ୍କ ଅଭିଯୋଗ କରି ଆଜି ସମ୍ବଲପୁରେ ଆନ୍ଦୋଳନ କରିଛି ବିଜେପି । ଅଧିକ ପଢନ୍ତୁ

ମଦ ଦୁର୍ନୀତି: ସମ୍ବଲପୁରରେ  ବିଜେପିର ଆନ୍ଦୋଳନ
ମଦ ଦୁର୍ନୀତି: ସମ୍ବଲପୁରରେ ବିଜେପିର ଆନ୍ଦୋଳନ

ମଦ ଦୁର୍ନୀତି: ସମ୍ବଲପୁରରେ ବିଜେପିର ଆନ୍ଦୋଳନ

ସମ୍ବଲପୁର: ଝାଡଖଣ୍ଡରୁ ପଶ୍ଚିମ ଓଡିଶା ଯାଏଁ ଚାଲିଛି ଆୟକର ବିଭାଗର ଘନଘନ ଚଢାଉ । ଶହ ଶହ କୋଟି ଟଙ୍କା ଜବତ ହେଲାଣି । ପଶ୍ଚିମ ଓଡିଶାର ବଲାଙ୍ଗୀର ସମ୍ବଲପୁରରୁ ଜବତ ହେଉଛି କୋଟି କୋଟି ଟଙ୍କା । ମଦ ବ୍ୟବସାୟୀ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ନେଇ ଏବେ ଜାତୀୟ ରାଜନୀତି ସରଗରମ । ସମ୍ବଲପୁର ଓ ବଲାଙ୍ଗୀରର ଦେଶୀ ଭାଟିରୁ ବାହାରୁଛି କୋଟି କୋଟିର କଳାଟଙ୍କା । ପୁରା ମଦ ଦୁର୍ନୀତି ଘଟଣାରେ ବିଜେଡି ଲିଙ୍କ ଅଭିଯୋଗ କରି ଆଜି ସମ୍ବଲପୁରେ ଆନ୍ଦୋଳନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ସମ୍ବଲପୁରର ଦେଶୀ ମଦ ଭାଟି ପରିଚାଳକ ବିଜୟ ଶ୍ରୀବାସ୍ତବଙ୍କ ଘର ଓ କାର୍ଯ୍ୟାଳୟରୁ 37 କୋଟି 50 ଲକ୍ଷ ଟଙ୍କା ଆୟକର ବିଭାଗ ଜବତ କରିଛି । ମୁଖ୍ୟତଃ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରୁ ବଲାଙ୍ଗୀର ଓ ସମ୍ବଲପୁରରୁ ଶହଶହ କୋଟି ଟଙ୍କା ଜବତ ହେବା ପରେ ଏଥିରେ ରାଜ୍ୟ ସରକାରଙ୍କ ସହଯୋଗ ଥିବା ଅଭିଯୋଗ କରିଛି ବିଜେପି । ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ ଆନ୍ଦୋଳନ କରାଯାଇଛି l ମଦ ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ହେବା ପରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି l ଏତେ ଟଙ୍କା କେଉଁଠୁ ଆସିଲା, ଟଙ୍କା ରଖିବାକୁ ସାହସ କିଏ ଦେଲା, କିଏ ଏହି କଳା ଧନ କାରବାରକୁ ସଂରକ୍ଷଣ ଦେଉଛି ବୋଲି ବିଜେପି ପ୍ରଶ୍ନ କରିଛି l

ଅଧିକ ପଢନ୍ତୁ- ଆଇଟି ରେଡ; ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି

ରାଜ୍ୟ ସରକାରଙ୍କ ସହାୟତାରେ ଏହି କଳା ଧନ କାରବାର ଚାଲୁଥିବାର ବିଜେପି ଅଭିଯୋଗ କରିଛି l ଏଥିପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି ଦଳ l ରାଜ୍ୟ ସରକାର ଗାଁ ଗାଁରେ ଦେଶୀ ମଦ ଭାଟି ଖୋଲି ମଦର ବନ୍ୟା ବୁହାଉଛନ୍ତି l ଏହି ମଦ କାରବାର ସହ ରାଜ୍ୟ ବିଜେଡିର ଲିଙ୍କ ରହିଥିବା ବିଜେପି ଅଭିଯୋଗ ଆଣିଛି l ଆଗାମୀ ନିର୍ବାଚନ ପାଇଁ ଏହି କଳା ଧନ ବ୍ୟବହାର ପାଇଁ ବିଜେଡି ରଖିଥିବା ବିଜେପି ଅଭିଯୋଗ ଆଣିଛି l ବିଜେଡି ନେତାଙ୍କ ଦେଶୀ ମଦ ଭାଟିରେ ଥିବା କଳା ଧନ ସହ ସମ୍ପୃକ୍ତି ଥିବା କହିଛି ବିଜେପି l ବଲାଙ୍ଗୀରରେ 305 କୋଟି ଟଙ୍କା ଜବତ ହୋଇଥିବା ବେଳେ ସମ୍ବଲପୁରରେ 37 କୋଟି ଟଙ୍କା ଜବତ ହୋଇଛି l ତେବେ ବଲାଙ୍ଗୀରରେ ପ୍ରଥମେ ଚଢ଼ାଉ ହେଉଥିବା ସୂଚନା ପାଇ ସମ୍ବଲପୁର ବଡ଼ ବଜାର ମଦ ଭାଟିର ଅଧିକାଂଶ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବିଜେପି ଅଭିଯୋଗ ଆଣିଛି l ଆଗାମୀ ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଏହି ଟଙ୍କା ରଖିଥିବା ଅଭିଯୋଗ ଆଣିଛି ବିଜେପି l

ଅଧିକ ପଢନ୍ତୁ- ଆୟକର ରେଡ୍: 102 ବ୍ୟାଗ ଟଙ୍କା ଗଣତି ଶେଷ, 290 କୋଟି ହୋଇଛି ଗଣତି !

ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ନେତୃତ୍ବରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l ସେଠାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଥିଲା l ଶେଷରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତିଙ୍କ ସହ ଦାମୋଦର କର, ସମୀର ରଞ୍ଜନ ବାବୁଙ୍କ ପରି ପ୍ରମୁଖ ନେତା ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.