ETV Bharat / state

ଦୁର୍ଘଟଣା ରୋକିବାକୁ ଫ୍ଲାଇ ଓଭର ନିର୍ମାଣ ଦାବି କଲା ଜିଲ୍ଲା ବିଜେପି

author img

By

Published : Jan 5, 2023, 10:30 AM IST

ଅଇଁଠାପାଲିର ଉଭୟ ଛକ ଓ ବରେଇପାଲି ଛକ ପାଲଟିଛି ଦୁର୍ଘଟଣା ପ୍ରବଣ ଅଞ୍ଚଳ । ନିୟମିତ ଦୁର୍ଘଟଣା ଘଟି ଲୋକଙ୍କ ବହୁମୂଲ୍ୟ ଜୀବନ ହାନୀ ହେଉଛି । ଏହି ଛକରେ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ଦୁର୍ଘଟଣା ରୋକିବାକୁ ଫ୍ଲାଇ ଓଭର ନିର୍ମାଣ ଦାବି କଲା ଜିଲ୍ଲା ବିଜେପି
ଦୁର୍ଘଟଣା ରୋକିବାକୁ ଫ୍ଲାଇ ଓଭର ନିର୍ମାଣ ଦାବି କଲା ଜିଲ୍ଲା ବିଜେପି

ଦୁର୍ଘଟଣା ରୋକିବାକୁ ଫ୍ଲାଇ ଓଭର ନିର୍ମାଣ ଦାବି କଲା ଜିଲ୍ଲା ବିଜେପି

ସମ୍ବଲପୁର: ଅଇଁଠାପାଲି ଓ ବରେଇପାଲି ଛକକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ଫ୍ଲାଇ ଓଭର ନିର୍ମାଣ ପାଇଁ ସମ୍ବଲପୁର ବିଜେପି ତରଫରୁ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରାଯାଇଛି । ସମ୍ବଲପୁର ସହର ଅଇଁଠାପାଲି ଓ ବରେଇପାଲି ଛକକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ଶୀଘ୍ର ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ବଲପୁର ବିଜେପି ତରଫରୁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି । ଏନେଇ ଗତକାଲି ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ୫ ଦଫା ଦାବି ସମ୍ବିଳିତ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

ବିଜେପି ଅଭିଯୋଗ କରିଛି ଯେ, ସହରର ଅଇଁଠାପାଲିର ଉଭୟ ଛକ ଓ ବରେଇପାଲି ଛକ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟି ଗଲାଣି । ତିନୋଟି ଯାକ ଛକ ଲୋକଙ୍କ ଜୀବନ ପାଇଁ ଏକ "ବ୍ଲାକ ସ୍ପଟ"ରେ ପରିଣତ ହୋଇଗଲାଣି । ସେଠାରେ ନିୟମିତ ଭାବେ ଦୁର୍ଘଟଣା ଘଟୁଛି ଲୋକଙ୍କ ବହୁମୂଲ୍ୟ ଜୀବନ ହାନୀ ହେଉଛି । ଏହି ଛକରେ ବହୁ ଦିନରୁ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯିବାକୁ ଦାବି ହୋଇ ଆସୁଛି । ଜାତୀୟ ରାଜପଥ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ସବୁବେଳେ ପ୍ରତିଶ୍ରୁତି ଦେଉଛନ୍ତି ଯେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ, ଆଜି ଯାଏଁ କିଛି ହୋଇ ପାରି ନାହିଁ ଓ ନିୟମିତ ଭାବେ ଦୁର୍ଘଟଣା ଘଟୁଛି । ଏଥିପାଇଁ ଟାଙ୍ଗରପାଲିରୁ ରେମେଡ ଛକ ଯାଏଁ ଯଥା ଶୀଘ୍ର ଫ୍ଲାଏ ଓଭର ବ୍ରିଜ କାମ ଆରମ୍ଭ କରିବା ସହ, ଏହି ଛକ ଗୁଡିକରେ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରିବା, ସହରର ସବୁ ଛକରେ ଟ୍ରାଫିକ ଲାଇଟ ପରିଚାଳନା ବ୍ୟବସ୍ଥା କରିବା ଆଦି ପ୍ରମୁଖ ଦାବି ସହ ୫ ଦଫା ଦାବି ପୂରଣ ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଅଇଁଠାପାଲି ଛକ ଅଞ୍ଚଳରେ ଟ୍ରକ ଚାପାରେ 2 ଜଣ ଛାତ୍ରୀ ପ୍ରାଣ ହରାଇଛନ୍ତି । କେବଳ ଏତିକି ନୁହେଁ ସମ୍ବଲପୁର ସହରର ରେମେଡ଼ ଛକରୁ ସିନ୍ଦୁରପଙ୍କ ଛକ ମଧ୍ୟରେ ଭାରି ଯାନ ଧକ୍କାରେ ଲୋକଙ୍କ ମୃତ୍ୟୁ ହେଉଥିବାର ନଜିର ରହିଛି । ତେଣୁ ଯଥାଶୀଘ୍ର ଏହି ଅଞ୍ଚଳ ରେ ଫ୍ଲାଇ ଓଭର ନିର୍ମାଣ କରାଯାଉ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.