ETV Bharat / state

ପଶ୍ଚିମ ଓଡିଶାରେ ଧାନ ବିକ୍ରି ସମସ୍ୟା, ବିଜେପିର 3 ଘଣ୍ଟିଆ ଚକା ଜାମ୍

author img

By

Published : Feb 13, 2021, 12:36 PM IST

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶାରେ ବିଜେପିର ଚକା ଜାମ ଆନ୍ଦୋଳନ। ଅଧିକ ପଢନ୍ତୁ...

ପଶ୍ଚିମଓଡିଶାରେ ଧାନ ବିକ୍ରି ସମସ୍ୟା, ବିଜେପିର 3 ଘଣ୍ଟିଆ ଚକା ଜାମ୍
ପଶ୍ଚିମଓଡିଶାରେ ଧାନ ବିକ୍ରି ସମସ୍ୟା, ବିଜେପିର 3 ଘଣ୍ଟିଆ ଚକା ଜାମ୍

ସମ୍ବଲପୁର: ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶାରେ ବିଜେପିର ଚକା ଜାମ ଆନ୍ଦୋଳନ। ଚାଷୀଙ୍କ ଧାନ ବିକ୍ରି ଜନିତ ସନସ୍ୟାର ସମାଧାନ ପାଇଁ ଆଜି(ଶନିବାର) ପଶ୍ଚିମ ଓଡିଶାର 12 ଜିଲ୍ଲାର 5ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ 37 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ବିଜେପି ତରଫରୁ 3 ଘଣ୍ଟା ପାଇଁ ଅବରୋଧ କରାଯାଇଛି।

ପଶ୍ଚିମଓଡିଶାରେ ଧାନ ବିକ୍ରି ସମସ୍ୟା, ବିଜେପିର 3 ଘଣ୍ଟିଆ ଚକା ଜାମ୍

ସକାଳ 10 ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ସମ୍ବଲପୁର ଜିଲ୍ଲାର ଆଇଁଠାପାଲି ଛକ, ରମେଡ ଛକ, ସିନ୍ଦୁରପଙ୍କ ଛକ,କୁଚିଣ୍ଡା, ଜମେନକିରା ଛକ, ବାମରା ଆଦି ଛକରେ ବିଜେପି ରାଜରାସ୍ତା ଅବରୋଧ କରିଛି। ଏହାର ପ୍ରଭାବରେ ରାସ୍ତାରେ ହଜାର ହଜାର ଗାଡି ଅଟକି ରହିଛି ।

ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ଚାଷୀଙ୍କ ଲକ୍ଷ ଲକ୍ଷ ବସ୍ତା ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡି ରହିଛି । ମୁଖ୍ୟତଃ ଟୋକାନ ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥା, ଟୋକାନ ଲେପସ ହେବା ଆଦି ସମସ୍ୟାର ସମାଧାନ ପାଇଁ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.