ETV Bharat / state

ମାସ୍କ କିଣାବିକା ଦୁର୍ନୀତି ଅଭିଯୋଗରେ ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

author img

By

Published : Jun 11, 2020, 8:34 PM IST

ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମାସ୍କ କିଣାବିକାରେ ବ୍ୟାପକ ଦୁର୍ନୀତି ଘଟଣାକୁ ନେଇ ବିକ୍ଷୋଭ । ଏହା ଏକ ମହାଦୁର୍ନୀତି ବୋଲି ସମ୍ବଲପୁର ଜିଲ୍ଲାର କଂଗ୍ରେସ ସଭାପତି କହିଛନ୍ତି।

ମାସ୍କ କିଣାବିକା  ଦୁର୍ନୀତି ଅଭିଯୋଗରେ  ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ମାସ୍କ କିଣାବିକା ଦୁର୍ନୀତି ଅଭିଯୋଗରେ ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ସମ୍ବଲପୁର: କୋଭିଡ ମହାମାରୀ ସମୟରେ ମାସ୍କ କିଣାବିକାରେ ବ୍ୟାପକ ଦୁର୍ନୀତି ଘଟଣାକୁ ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମାସ୍କ କିଣାବିକା ଦୁର୍ନୀତି ଅଭିଯୋଗରେ ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଗୁରୁବାର ସମ୍ବଲପୁର ଜିଲ୍ଲା କଂଗ୍ରେସର ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ଏକ ଟିମ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାସ୍କ ଦୁର୍ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଓ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ମହାମାରୀ ସମୟରେ ଲୋକେ ଆତଙ୍କିତ ଥିବା ବେଳେ ଏହି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହା ଲଜ୍ୟାଜନକ ବୋଲି କହିଛି କଂଗ୍ରେସ । ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଏହା ଏକ ମହାଦୁର୍ନୀତି ବୋଲି ସମ୍ବଲପୁର ଜିଲ୍ଲାର କଂଗ୍ରେସ ସଭାପତି କହିଛନ୍ତି।

ଏହି ପ୍ରସଙ୍ଗ ନେଇ ଅଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.