ETV Bharat / state

ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ପୋଲିସର କାର୍ଯ୍ୟଦକ୍ଷତାରେ ପ୍ରଶ୍ନ

author img

By

Published : Oct 10, 2020, 5:45 PM IST

ଦିନ ଦ୍ଵି ପ୍ରହରରେ ଯୁବକକୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା । ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ାରେ ଘଟିଛି ଏହି ଅମାନବୀୟ ଘଟଣା ।

ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ
ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

ସମ୍ବଲପୁର: ଦିନ ଦ୍ଵିପ୍ରହରରେ ଯୁବକକୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା । ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ାରେ ଘଟିଛି ଏହି ଅମାନବୀୟ ଘଟଣା ।

ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

ମୃତ ଯୁବକ ଜଣକ ହେଲେ ସମ୍ବଲପୁର ଦାନୀ ପାଲି ଅଞ୍ଚଳର ବାବୁଲୁ ନାଏକ । ଆଜି ଦିନ ପ୍ରାୟ 11 ଟା ସମୟରେ ବାବୁଲୁ କୌଣସି କାମରେ ହାଟ ପଡ଼ାକୁ ଆସିଥିବା ବେଳେ 2 ଜଣ ଦୂର୍ବୃତ୍ତ ବାବୁଲୁକୁ ସିଧା ସଳଖ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ବାବୁଲୁ ସେଠାରୁ ଜୀବନ ବଞ୍ଚାଇବାକୁ ପଳାଇ ବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ବାବୁଲୁକୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି ।

ଗୁରୁତର ଆହତ ବାବୁଲୁକୁ ସମ୍ବଲପୁର ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଆଶଙ୍କା କରୁଛି ।

ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତନା ଘନା ଆରମ୍ଭ କରିଛି । ବିଗତ କିଛି ଦିନ ହେଲା ସମ୍ବଲପୁର ରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରାପୁରି ବିଗିଡି ଯାଇଥିବା ଜଣାପଡିଛି । କେତେବେଳେ କଥା କଥା ରେ ଫାଙ୍କା ଗୁଳି ଚାଳନା ତ କେତେବେଳେ ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ସମ୍ବଲପୁର ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.