ETV Bharat / state

ଟୋକନ ବ୍ୟବସ୍ଥାକୁ ବିରୋଧ କରି ସିଏସଓ ଅଫିସକୁ ଘେରିଲେ ଚାଷୀ

author img

By

Published : Dec 17, 2019, 2:02 AM IST

ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ଜିଲ୍ଲାରେ ପୁଣି ଦେଖାଦେଇଛି ଚାଷୀ ଅସନ୍ତୋଷ । ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥା ଯୋଗୁଁ ନାନା ଅସୁବିଧାର ଅଭିଯୋଗ ଆଣି ସିଏସଓ ଅଫିସ ଘେରିଥିଲେ।

Farmers Gherao CSO office regarding token policy
ଟୋକନ ବ୍ୟବସ୍ଥାକୁ ବିରୋଧ କରି ସିଏସଓ ଅଫିସକୁ ଘେରିଲେ ଚାଷୀ

ସମ୍ବଲପୁର: ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ଜିଲ୍ଲାରେ ପୁଣି ଦେଖାଦେଇଛି ଚାଷୀ ଅସନ୍ତୋଷ । ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥା ଯୋଗୁ ଚାଷୀଙ୍କୁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି । ଯାହାକୁ ବିରୋଧ କରି ସୋମବାର ସମ୍ବଲପୁର ଚାଷୀ ସିଏସଓ ଅଫିସ ଘେରିଥିଲେ ।

ଟୋକନ ବ୍ୟବସ୍ଥାକୁ ବିରୋଧ କରି ସିଏସଓ ଅଫିସକୁ ଘେରିଲେ ଚାଷୀ

ସୂଚନାଯୋଗ୍ୟ, ଗତ ମାସ 21 ତାରିଖରେ ଚାଷୀମାନେ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ସେ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଟୋକନ ବ୍ୟବସ୍ଥାରେ ହେଉଥିବା ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଚାଷୀ । କିନ୍ତୁ ବର୍ତ୍ତମାନ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଟୋକନ ବ୍ୟବସ୍ଥା ଯୋଗୁଁ ଏବେ ମଧ୍ୟ ବହୁ ଚାଷୀ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହୋଇଛି । ବହୁ ସଂଖ୍ୟକ ଚାଷୀ ପଞ୍ଜୀକୃତ ହୋଇପାରୁନଥିବା ବେଳେ ଅନଲାଇନ ସମସ୍ୟା ଯୋଗୁଁ ବହୁ ଚାଷୀ ଟୋକନ ପାଇ ପାରୁନାହାନ୍ତି । ଫଳରେ ସମ୍ବଲପୁର ଓ କୁଚିଣ୍ଡା ଅଞ୍ଚଳରେ ବହୁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ସୋମବାର ଚାଷୀ ମାନେ ସିଏସଓ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଥିଲେ ।

ଏହାସହ ସିଏସଓଙ୍କ ବାହାରକୁ ଡକାଇ ତାଙ୍କ ଉପରେ ବର୍ଷିଥିଲେ । ତେବେ ଘଟଣାସ୍ଥଳରେ ପୋଲିସର ଉପସ୍ଥିତି ସତ୍ତ୍ବେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଯଦି ଧାନ କ୍ରୟ ପ୍ରକ୍ରିୟାରେ ସୁଧାର ନଆସିଲେ ଆଗକୁ ଆନ୍ଦୋଳନ ଭୟଙ୍କର ରୁପ ନେବ ବୋଲି ଚାଷୀ କହିଛନ୍ତି । ପରେ ଘଟଣାସ୍ଥଳରେ ସମ୍ବଲପୁର ଉପଜିଲ୍ଲାପାଳ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ପୁଣି ଦେଖାଯାଇଛି ଚଷୀଙ୍କ ଅସନ୍ତୋଷ।ଧାନସଂଗ୍ରହ ପ୍ରକ୍ରିୟା ରେ ଟୋକନ ବ୍ୟବସ୍ଥା ଯୋଗୁ ଉପୁଜୁଥିବା ସମସ୍ୟା ନେଇ ଆଜି ସମ୍ବଲପୁର ରେ ଚାଷୀ ମନେ ସି ଏସ ଓ ଅଫିସକୁ ଘେରିଛନ୍ତି। ଗତ ମାସ 21 ତାରିଖରେ ଚାଷୀ ମାନେ ରାଜ ରାସ୍ତାରେ ଆନ୍ଦୋଳନ କରିଥିଲେ।ସେହି ସ୍ଥାନରେ ମନ୍ତ୍ରୀ ଶୁସାନ୍ତ ସିଂ ଚଷୀଙ୍କୁ ଟୋକନ ବ୍ୟବସ୍ଥା ରେ ଥିବା ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଚାଷୀ କିନ୍ତୁ ବର୍ତ୍ତମାନ ସ୍ଥିତି ଯଥା ପୂର୍ବମ ତଥା ପରମ କହି ଚାଷୀ ମାନେ ସି ଏସ ଓ ଅଫିସ ଘେରାଉ କରି ଆନ୍ଦୋଳନ କରିଛନ୍ତି।


Body:ସମ୍ବଲପୁର ରେ ପୁଣି ଚାଷୀ ଅସନ୍ତୋଷ ଦେଖାଦେଇଛି।ଟୋକନ ବ୍ୟବସ୍ଥା ଯୋଗୁ ଏବେ ମଧ୍ୟ ବହୁ ଚାଷୀ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହୋଇଛି।ବହୁ ସଂଖ୍ୟକ ଚାଷୀ ପଞ୍ଜୀକୃତ ହୋଇପାରୁନଥିବା ବେଳେ ଅନ ଲାଇନ ସମସ୍ୟା ଯୋଗୁ ବହୁ ଚାଷୀ ଟୋକନ ପାଇ ପାରୁ ନାହାନ୍ତି।ଫଳରେ ସମ୍ବଲପୁର ଓ କୁଚିଣ୍ଡା ଅଞ୍ଚଳରେ ବହୁ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ।ଏହି ଅଭିଯୋଗ ରେ ଆଜି ଚାଷୀ ମାନେ ସି ଏସ ଓ ଘେରାଉ କରି ଧାରଣା ରେ ବସିଥିଲେ।ସି ଏସ ଓ କୁ ବାହାରକୁ ଡକାଇ ଟିଉସନ କରିଥିଲେ। ଘଟଣା ସ୍ଥଳରେ ପୋଲିସ ର ଉପସ୍ଥିତି ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସମ୍ବଲପୁର ଉପଜିଲ୍ଲାପାଳ । ଉପ ଜିଲ୍ଲାପାଳ ବୁଝା ସୁଝା ପରେ ଚାଷୀ ଆନ୍ଦୋଳନ ରୁ ଓହରିଥିଲେ।


Conclusion:ଧାନ କ୍ରୟ ପ୍ରକ୍ରିୟାରେ ସୁଧାର ନଆସିଲେ ଆଗକୁ ଆନ୍ଦୋଳନ ଭୟଙ୍କର ରୁପ ନେବ ବୋଲି ଚାଷୀ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.