ETV Bharat / state

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

author img

By

Published : Oct 20, 2019, 10:57 PM IST

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଅଞ୍ଚଳରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତଟିର ବୟସ ପାଖାପାଖି 8 ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି ।

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର: ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର । ରେଢାଖୋଲ ଉପଖଣ୍ଡ ନାକଟିଦେଉଳର ରାଇଲ ଗାଁ ନିକଟରୁ ହାତୀଟିର ମୃତଦେହ ଉଦ୍ଧାର କରାଯାଇଛି ।

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ହାତୀଟିକୁ ପାଖାପାଖି 8 ବର୍ଷ ହେବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ଦୀର୍ଘ ଦିନରୁ ହାତୀର କାନ ପାଖରେ ଘା’ ହୋଇଥିଲା । ତେଣୁ ଅସୁସ୍ଥ ହୋଇ ସ୍ଥାନୀୟ ଅଞ୍ଚଳରେ ଦନ୍ତା ବୁଲାବୁଲି କରୁଥିଲା । ଘା’ ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ କାରଣ ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଅଞ୍ଚଳରୁ ଗୋଟିଏ ଦନ୍ତା ହାତୀର ମୃତ ଦେହ ଠାବ।Body: ସମ୍ବଲପୁର ଜ଼ୀଲ୍ଲା ନକଟିଦେଉଲ ବ୍ଲକ ଅନ୍ତର୍ଗତ ରାଇଲ ଗ୍ରାମରୁ ମାତ୍ର 50 ମିଟର ଦୁରରେ ଏକ ଦନ୍ତା ହାତୀ ର ମୃତ ଦେହ ମିଳିଛି। ହାତୀଟି କୁ 8 ବର୍ଷ ହେବ ବୋଲି ବନ ଅଧିକାରୀ ମାନେ କହିଛନ୍ତି। ଏହି ହାତୀଟି ଦୀର୍ଘଦିନ ହେବ ଅସୁସ୍ଥତା କାରଣରୁ ଏହି ଅଞ୍ଚଳରେ ବୁଲା ବୁଲି କରୁଥିଲା। ହାତୀଟିର କାନ ପାଖରେ ଏକ ଘା ହୋଇଥିବା ବନ ବିଭାଗ କହିଛି। ହୁଏତ ସେହି ଘା ଟି ସଂକ୍ରମିତ ହୋଇ ହାତୀଟି ମୃତ୍ୟୁ ବରଣ କରିଥାଇ ପାରେ ବୋଲି ବନ ଭିଭାଗ କହିଛି। ହାତୀଟିର ବ୍ୟବଚ୍ଛେଦ କରାଯାଇ ଜଙ୍ଗଲରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ଟିପୋର୍ଟ ଆସିଲା ପରେ ହାତୀର ମୃତ୍ୟୁ ର କାରଣ ଜଣା ପଡ଼ିବ।Conclusion:ତେବେ ସ୍ଥାନୀୟ ଲୋକ ହାତୀର ମୃତ୍ୟୁ ପାଇଁ ବନ ବିଭାଗର ଅବହେଳା କୁ ଦାୟୀ କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.