ETV Bharat / state

ବିଶ୍ୱ ପୃଥିବୀ ଦିବସ ପାଳିଲେ ଜିଏମ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ

author img

By

Published : Apr 22, 2021, 9:56 PM IST

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ଜିଏମ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ
ଜିଏମ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ

ସମ୍ବଲପୁର: ଆଜି (ଗୁରୁବାର) ହେଉଛି ବିଶ୍ୱ ପୃଥିବୀ ଦିବସ । ଏହି ଅବସରରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଜିଏମ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ

ଗୁରୁବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗର ଛାତ୍ରଛାତ୍ରୀମାନେ ବ୍ୟାନର ଓ ଫ୍ଲାଗ କାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକୃତିକ ପରିବେଶ ଓ ସମ୍ପଦର ସୁରକ୍ଷା ନେଇ ସଚେତନତା କରିଥିଲେ।

ଜୀବଜଗତ ଓ ପ୍ରାକୃତିକ ସମ୍ପଦର ନିବିଡ଼ତା ଓ ପ୍ରାକୃତିକ ସମ୍ପଦ ବିନାଶ ଦ୍ୱାରା ଉପୁଜୁଥିବା ପ୍ରାକୃତିକ ବିପର୍ଯ୍ୟୟ ନେଇ ଲୋକଙ୍କୁ ଛାତ୍ରଛାତ୍ରୀ ସଚେତନ କରିଥିଲେ । ଏହାସହ ପୃଥିବୀରେ କେବଳ ବିକାଶ ନୁହେଁ ବରଂ ସମନ୍ବିତ ବିକାଶ ଦ୍ୱାରା ହିଁ ଭବିଷ୍ୟତ ପୀଢ଼ି ସୁରକ୍ଷିତ ରହି ପାରିବ ବୋଲି ଛାତ୍ରଛାତ୍ରୀ କହିଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.