ETV Bharat / state

Ama Odisha Nabin Odisha : ସାମିଲ ହେଲା ସମ୍ବଲପୁର ଜିଲ୍ଲା

author img

By ETV Bharat Odisha Team

Published : Nov 4, 2023, 11:02 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାକୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ରେ ସାମିଲ କରିବା ସହ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ l ସମ୍ବଲପୁର ଜିଲ୍ଲା ଏହି ଯୋଜନାରେ ସାମିଲ ହେବା ପରେ ଜିଲ୍ଲାର 9 ଗୋଟି ବ୍ଳକର 138 ଗୋଟି ପଞ୍ଚାୟତ ପାଇଁ 69 କୋଟି ବ୍ୟୟରେ 1 ହଜାର 801 ଗୋଟି ଉନ୍ନୟନମୂଳକ ପ୍ରକଳ୍ପ କରାଯିବ l ଅଧିକ ପଢନ୍ତୁ

Ama Odisha Nabin Odisha : ସାମିଲ ହେଲା ସମ୍ବଲପୁର ଜିଲ୍ଲା
Ama Odisha Nabin Odisha : ସାମିଲ ହେଲା ସମ୍ବଲପୁର ଜିଲ୍ଲା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ଚାଳିଥିବା ବିକାଶ ଧାରାକୁ ଆଜି ରାଜ୍ୟ ସରକାର ଅଧିକ ତ୍ବରାନ୍ବିତ କରିଛନ୍ତି l ଏଥିପାଇଁ ଆଜି ସମ୍ବଲପୁର ଜିଲ୍ଲାକୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ରେ ସାମିଲ କରାଯାଇଛି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାକୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ରେ ସାମିଲ କରିବା ସହ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ l ସମ୍ବଲପୁର ଜିଲ୍ଲା ଏହି ଯୋଜନାରେ ସାମିଲ ହେବା ପରେ ଜିଲ୍ଲାର 9 ଗୋଟି ବ୍ଳକର 138 ଗୋଟି ପଞ୍ଚାୟତ ପାଇଁ 69 କୋଟି ବ୍ୟୟରେ 1 ହଜାର 801 ଗୋଟି ଉନ୍ନୟନମୂଳକ ପ୍ରକଳ୍ପ କରାଯିବ l ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ସଶକ୍ତ କରିବା ଲକ୍ଷ୍ୟରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି l

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ‘‘ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗ୍ରାମବିକାଶ କ୍ଷେତ୍ରରେ ସାରା ଭାରତବର୍ଷପାଇଁ ପଥ ପ୍ରଦର୍ଶକ ହେବ ।’’

ଅଧିକ ପଢନ୍ତୁ- ଆମ ଓଡିଶା ନବୀନ ଓଡିଶା ତୃତୀୟ ଦିନ: ମୟୂରଭଞ୍ଜ, ବରଗଡ ଓ ଦେବଗଡ ପାଇଁ ୨୭୨ କୋଟି ମଞ୍ଜୁର

ଆଜି ସମ୍ବଲପୁର ଜିଲ୍ଲାର ସଦର ବ୍ଳକ ଧନକଉଡା ସମେତ ବିଭିନ୍ନ ବ୍ଳକରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାଏକ ଙ୍କ ସମେତ ବିଭିନ୍ନ ବ୍ଳକର ବିଡ଼ିଓ ଓ ଅଧ୍ୟକ୍ଷ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତସମ୍ବଲପୁର ଜିଲ୍ଲାର ରେଢାଖୋଲ ନିର୍ବାଚନ ମଣ୍ଡଳୀର ୮ଟି ପ୍ରକଳ୍ପ ପାଇଁ ୨୫.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସନ୍ଥ ଭୀମଭୋଇଙ୍କ ସ୍ମୃତି ପୀଠ ଓ ପ୍ରାପ୍ତି ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮.୬୯ କୋଟି ଟଙ୍କା, ହୁମା ବକ୍ର ମନ୍ଦିର ଉନ୍ନତି ପାଇଁ ୮ କୋଟି, ରେଢାଖୋଲ ଜଗନ୍ନାଥ ମନ୍ଦିର ପାଇଁ ୨.୮୩ କୋଟି, ରେଢାଖୋଲ ପଞ୍ଚଖଣ୍ଡା ମନ୍ଦିର ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଜୁଜୁମରାରେ ୨ଟି ଏମଆଇପି ଓ ୨ଟି କଲେଜର ଉନ୍ନତିକରଣ ରହିଛି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୯ଟି ପ୍ରକଳ୍ପ ପାଇଁ ୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୁର୍ଲା ଥୁଣ୍ଟିକଟରବଗ, ଯୋଗୀ ପାଲି, ସପନେ ଆଦି ଅଞ୍ଚଳର ହୀରକୁଦ ବିସ୍ଥାପିତମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ହାଇଟେକ ସର୍ଭେ କରାଯାଇ ସମସ୍ତଙ୍କୁ ପଟ୍ଟା ଦିଆଯିବ। ଚିପିଲିମାସ୍ଥିତ ପ୍ରସିଦ୍ଧ ମା’ ଘଣ୍ଟେଶ୍ବରୀ ମନ୍ଦିର ପାଇଁ ୧୦.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୀଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ୬.୪୦ କୋଟି ଟଙ୍କା ଓ ଅନେକ ସଡକ ପ୍ରକଳ୍ପ ରହିଛି। କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୯ଟି ପ୍ରକଳ୍ପ ପାଇଁ ୪୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବାମ୍ରା ତହସିଲରେ ବିସ୍ଥାପିତମାନଙ୍କୁ ପଟ୍ଟା ଦେବା ପାଇଁ ହାଇଟେକ ସର୍ଭେ କରାଯାଉଛି। କେତୋଟି ସଡକ ମଧ୍ୟ ରହିଛି। ଏଥିରେ କେସିବାହାଲରୁ ସରଗିଡିହି ପର୍ଯ୍ୟନ୍ତ ରାସ୍ତା ପାଇଁ ୧୬.୩୦ କୋଟି, ରାଜ୍ୟ ରାଜପଥ ୨୪ରୁ ଲରିଆପାଲି ରାସ୍ତା ପାଇଁ ୧୨ କୋଟି, ଫାସିମାଲରୁ ଷଣ୍ଢପଥର ସଡକ ପାଇଁ ୬ କୋଟି ଟଙ୍କା ସାମିଲ। ଏହି ପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬ଟି ପ୍ରକଳ୍ପ ପାଇଁ ୧୩୧.୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସୂଚନା ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.