ETV Bharat / state

ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ, ସ୍ଥାନୀୟ ଲୋକଙ୍କ ମହିଳା ଥାନା ଘେରାଉ

author img

By

Published : Jun 4, 2021, 5:49 PM IST

ସମ୍ବଲପୁର ଜିଲ୍ଲାର ତାଳଭଟାପଡ଼ାରେ ଜଣେ ଗରିବ ଯୁବତୀଙ୍କୁ 2 ଜଣ ଅସାମାଜିକ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପିଡିତା ସମ୍ବଲପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ, ସ୍ଥାନୀୟ ଲୋକଙ୍କ ମହିଳା ଥାନା ଘେରାଉ
ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ, ସ୍ଥାନୀୟ ଲୋକଙ୍କ ମହିଳା ଥାନା ଘେରାଉ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର ଥାନା ଅନ୍ତର୍ଗତ ତାଳଭଟାପଡ଼ାରେ ଜଣେ ଗରିବ ଯୁବତୀଙ୍କୁ 2 ଜଣ ଅସାମାଜିକ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପିଡିତା ଯୁବତୀ ଜଣକ ସମ୍ବଲପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଗତ ରାତ୍ରି ପ୍ରାୟ 2ଟାରେ 2 ଜଣେ ଅସାମାଜିକ ଯୁବକ ବଳପୂର୍ବକ ଯୁବତୀ ଘରେ ପଶି ଯୁବତୀଙ୍କ ବାପାଙ୍କ ଉପସ୍ଥିତିରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ରୋଗାଗ୍ରସ୍ତ ଥିବାରୁ ନିଜ ଝିଅ ସହ ଏମିତି ଅମାନବୀୟ ଅତ୍ୟାଚାର ହେଉଥିବା ଜାଣି ମଧ୍ୟ କିଛି କରିପାରି ନଥିଲେ। ପିଡିତା ଯୁବତୀ ଆଜି ସକାଳେ ପ୍ରଥମେ କ୍ଷେତରାଜପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ।

ତେବେ କ୍ଷେତରାଜପୁର ଥାନା ଅଧିକାରୀ ତାଙ୍କୁ ମହିଳା ଥାନାରେ ଏତଲା ଦେବାକୁ କହିଥିଲେ। ଏହା ପରେ ଯୁବତୀ ଜଣକ ମହିଳା ଥାନାରେ ଏତଲା ଦେଇଥିଲେ ମଧ୍ୟ ଦିନ 2ଟା ଯାଏଁ ମହିଳା ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ମହିଳା ଥାନା ଘେରାଉ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିଛି ସମୟ ପାଇଁ ମହିଳା ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହାପରେ ସମ୍ବଲପୁର ଟାଉନ ଥାନା ଅଧିକାରୀ ଓ ସଦର ଏସଡିପି ଓ ମହିଳା ଥାନାରେ ପହଞ୍ଚି ସ୍ଥାନୀୟ ମହିଳାଙ୍କ ସହ ଆଲୋଚନା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.