ETV Bharat / state

ଆଦିବାସୀଙ୍କ ପାଇଁ ବଜେଟରେ ମାତ୍ର 2 ପ୍ରତିଶତ ବୃଦ୍ଧି: ତୃଣମୂଳ ସ୍ତରରେ ପହଞ୍ଚୁନାହିଁ ଅନୁଦାନ

author img

By

Published : Feb 7, 2023, 9:52 PM IST

ଚଳିତ ବଜେଟରେ ଆଦିମ ଜନଜାତି PVTG ବର୍ଗଙ୍କ ପାଇଁ 1500 କୋଟି ଟଙ୍କା ବ୍ୟବସ୍ଥା କରାଯାଇ ଥିବା ବେଳେ ଆଦିବାସୀ ଜନଜାତି ପାଇଁ ଚଳିତ ବଜେଟରେ ଗତ ବଜେଟ ଠାରୁ ବ୍ଯୟବରାଦରେ ମାତ୍ର 2 ପ୍ରତିଶତ ବୃଦ୍ଧି । ଅନୁଦାନ ରାଶି ତୃଣମୂଳ ସ୍ତରରେ ପହଞ୍ଚିପାରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଗତ ବଜେଟ ଠାରୁ ମାତ୍ର ଦୁଇ ପ୍ରତିଶତ ବଢିଲା ଆଦିବାସୀ ସମ୍ପ୍ରଦାୟ ପାଇଁ ବ୍ୟୟବରାଦ
ଗତ ବଜେଟ ଠାରୁ ମାତ୍ର ଦୁଇ ପ୍ରତିଶତ ବଢିଲା ଆଦିବାସୀ ସମ୍ପ୍ରଦାୟ ପାଇଁ ବ୍ୟୟବରାଦ

ଆଦିବାସୀଙ୍କ ପାଇଁ ଗତ ବଜେଟ ଠାରୁ ଅର୍ଥରାଶିରେ ମାତ୍ର 2 ପ୍ରତିଶତ ବୃଦ୍ଧି: ତୃଣମୂଳ ସ୍ତରରେ ପହଞ୍ଚୁନାହିଁ ଅନୁଦାନ

ରାୟଗଡା: ଗୋଟିଏ ପଟେ ପ୍ରଥମ ଥର ପାଇଁ ଅସୁରକ୍ଷିତ ଆଦିମ ଜନଜାତି (PVTG) ବର୍ଗଙ୍କ ଉତ୍ଥାନ ପାଇଁ ଚଳିତ ବଜେଟରେ 1500 କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ହେଲେ ଆଦିବାସୀ ଜନଜାତି ସମ୍ପ୍ରଦାୟ ପାଇଁ ଚଳିତ ବଜେଟରେ ଗତ ବଜେଟ ଠାରୁ ମାତ୍ର 2 ପ୍ରତିଶତ ବୃଦ୍ଧୁ କରାଯାଇଛି । ଗତ ଥର ଏହି ରାଶି 87,473 କୋଟି ଟଙ୍କା ଥିବା ବେଳେ ଚଳିତ ବଜଟରେ ଏହା ମାତ୍ର 2 ପ୍ରତିଶତ ବୃଦ୍ଧି ପାଇେ 89,265 କୋଟି ଟଙ୍କାରେ ପହଞ୍ଚିଛି । ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ବାସିନ୍ଦା ।

ଚଳିତ ମାସ ପହିଲାରେ ଆର୍ଥିକ ବର୍ଷ 2023-24 ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ । ଚଳିତ ଥର ଆଦିବାସୀଙ୍କ ବିକାଶ ପାଇଁ ମୋଟ 89,265 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ସୀତାରମଣ, ଯାହାକି ଗତ ବଜେଟ ଠାରୁ ମାତ୍ର ଦୁଇ ପ୍ରତିଶତ ଅଧିକ । ଗତବର୍ଷ ଅର୍ଥ ମନ୍ତ୍ରଣାଳୟ ଆଦିବାସୀ କ୍ଷେତ୍ରର ଉନ୍ନତି ପାଇଁ 87,473 କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ତେବେ ମାତ୍ର ଦୁଇ ବ୍ୟବବରାଦ ରାଶି ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ପାଇବାକୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ତୃଣାମୂଳ ସ୍ତରର ଅଧିବାସୀ ।

ଗୋଟିଏ ପଟେ ଦେଶରେ ରହୁଥିବା ମାତ୍ର 75ଟି ଆଦିମ ଜନଜାତି ସମ୍ପ୍ରଦାୟଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାସଗୃହ ଏବଂ ଜୀବନ ଜୀବିକା ପାଇଁ ଚଳିତ ବଜେଟରେ 15,000 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ତା ତୁଳନାରେ ଭୌଗଳିକ ସ୍ଥିତି ଏବଂ ଜନସଂଖ୍ୟା ତୁଳନାରେ ଆଦିବାସୀ ଜନଜାତି ପାଇଁ ଚଳିତ ବଜେଟରେ 2 ପ୍ରତିଶତ ବୃଦ୍ଧିକୁ ନେଇ ସାମାନ୍ୟ ନିରାଶ ହୋଇଛି ଆଦିବାସୀ ସମ୍ପ୍ରଦାୟ ।

ଏନେଇ ରାୟଗଡା ଜିଲ୍ଲାର ଖଜୁରୀ ଗ୍ରାମର ଜଣେ ଆଦିବାସୀ ମହିଳା ୱାଡକା ସିନ୍ଧେ କହିଛନ୍ତି, ‘‘ସବୁବର୍ଷ ସରକାର ଆମ ମାନଙ୍କର ଏବଂ ଆମ ଅଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଉଛି ବୋଲି ଆମେ ଶୁଣୁଛୁ । କିନ୍ତୁ ସେ ଟଙ୍କାରେ କି ଉନ୍ନତିମୂଳକ କାମ ହେଉଛି ତାହା ଆଜି ପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ । ସେହିଭଳି ଏହି ଅର୍ଥରାଶି ଆବଣ୍ଟନ ନେଇ ରାୟଗଡାରେ ବୁଦ୍ଧିଜୀବୀ ମଧ୍ୟ ସାମାନ୍ୟ ନିରାଶା ପ୍ରକାଶ କରିଥଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିନୋଦ କୁମାର ପଣ୍ଡା କହିଛନ୍ତି, ଯେତିକି ଅର୍ଥ ମିଳୁଛି ତାର ସଠିକ କର୍ଯ୍ୟକାରିତା ନେଇ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି ।

ଅନ୍ୟ ଏକ ବଡ କାଥା ହେଉଛି ଗତ ସଂସଦ ଅଧିବେଶନରେ କୋରାପୁଟ ସାଂସଦ ସପ୍ତଗିରି ଉଲକା କିଛି ଜାତିକୁ ଜନଜାତିର ଘୋଷଣା ପାଇଁ ବିତର୍କରେ ଭାଗ ନେଇ ଏହି ପ୍ରସଙ୍ଗ ଉଠାଇଥିଲେ । ଉକ୍ତ ତର୍କ ସ୍ବରୂପ ଆଦିମ ଜନଜାତି (PVTG) ଙ୍କ ପାଇଁ ଚଳିତ ବଜେଟରେ 15, 000 କୋଟି ଟଙ୍କା କେନ୍ଦ୍ର ସରକାର ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲକା । ତେବେ ଯୋଜନା ହେଉଛି କିନ୍ତୁ ଏହି ଅର୍ଥ ତୃଣମୂଳ ସ୍ତରରେ ଠିକ ଭାବେ ଖର୍ଚ୍ଚ ହୋଇ ପାରୁନଥିବା ସେ ଦର୍ଶାଇଛନ୍ତି । ଗୋଟିଏ ପଟେ ଚଳିତ ବଜେଟରେ ପ୍ରଥମ ଥର ପାଇଁ ଆଦିମ ଜନ ଜାତି PVTGଙ୍କ ସକାଶେ 1500 କୋଟି ଟଙ୍କା ବ୍ୟବସ୍ଥା କରାଯାଇ ଥିବା ବେଳେ ଆଦିବାସୀ ଜନଜାତି ପାଇଁ ଗତ ବଜେଟ ଠାରୁ ଅନୁଦାନ ରାଶି ମାତ୍ର 2 ପ୍ରତିଶତ ବୃଦ୍ଧିକୁ ନେଇ ଆଦିବାସୀ ସମାଜରେ ରହିଛି ଅସନ୍ତୋଷ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.