ETV Bharat / state

ଚର୍ଚ୍ଚିତ ଗୌରୀ ମିଶ୍ର ମୃତ୍ୟୁ ଘଟଣା, ଅପହୃତ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jul 1, 2023, 2:23 PM IST

ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ଅପହରଣ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

social worker Gauri Prasad Mishra Murder case
social worker Gauri Prasad Mishra Murder case

social worker Gauri Prasad Mishra Murder case

ରାୟଗଡା: ଗୁଳିମାଡ଼ରେ ଆଶା ସଂସ୍ଥା ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟଣା । ତଦନ୍ତ ଯେତିକି ଆଗକୁ ଯାଉଛି ସେତିକି ରୋଚକ ତଥ୍ୟା ସାମ୍ନାକୁ ଆସୁଛି । ଏହି ଘଟଣା ସମ୍ପର୍କରେ ଜାଣିଥିବା ଯୁବକଙ୍କୁ ଅପହରଣ ପରେ ହତ୍ୟା କରି ପୋତି ଦେଇଥିଲେ ଅଭିଯୁକ୍ତ । ବିଶାଖାପାଟଣାର ଏକ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ଭି ରାଜେଶ । ସେ ନିଖୋଜ ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମାଆ ଭି ଲକ୍ଷ୍ମୀ । ଗୌରି ମିଶ୍ର ହତ୍ୟା ଘଟଣାକୁ ମାସେରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଏବେ ହତ୍ୟା ଘଟଣାରେ ସମ୍ପୃକ୍ତ 5ଜଣଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।

ଗୁଣୁପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ଵାରସ୍ଥ ହୋଇ ନିଜ ପୁଅ ଭି ରାଜେଶ ଗତ ୧୯ ତାରିଖ ଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିଲା । ଗୁଣୁପୁର ସହରର କ୍ରିଷ୍ଣା ଓ ଜିକେ ନାମକ ଯୁବକଙ୍କୁ ପୋଲିସ ଗୁଣପୁର ଥାନାକୁ ଆଣି ପଚରାଉଚୁରା କରିବା ପରେ ସତ ସାମ୍ନାକୁ ଆସିଥିଲା । ନିଖୋଜ ଥିବା ଭି ରାଜେଶକୁ ଗୌରି ମିଶ୍ର ହତ୍ୟାକାଣ୍ଡ ଘଟଣାର ପ୍ରମାଣ ନଷ୍ଟ ପାଇିଁ ବିଶାଖାପାଟଣା ନିକଟରେ ହତ୍ୟା କରାଯାଇଥିବା ଉଭୟେ ସ୍ଵୀକାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼, ମୃତ୍ୟୁ ସମ୍ପର୍କରେ ଜାଣିଥିବା ଯୁବକଙ୍କୁ ଅପହରଣ !

ପରେ ଗୁଣପୁର ପୋଲିସ କ୍ରିଷ୍ଣା ଓ ଜିକେଙ୍କ ସୂଚନା ଆଧାରରେ ଜାଣିବାକୁ ପାଇଥିଲେ ଅପହୃତ ଥିବା ଭି ରାଜେଶକୁ ହତ୍ୟା କରି ବିଶାଖାପାଟଣା ଜିଲ୍ଲାର ଆନନ୍ଦପୁର ଥାନା ଅଞ୍ଚଳର ଏକ ଜଙ୍ଗଲ ନିକଟରେ ପୋତି ଦିଆଯାଇଛି । ପରେ ବିଶାଖାପାଟଣା ପୋଲିସ ସହାୟତାରେ ଏହି ହତ୍ୟାକାଣ୍ଡ ଭିଆଇଥିବା ଦୁଇ ଅଭିଯୁକ୍ତକୁ ଗୁଣପୁର ପୋଲିସ ନେଇ ମୃତଦେହ ପୋତିଥିବା ସ୍ଥାନକୁ ଚିହ୍ନଟ କରିଥିଲେ । ଏହାପରେ ନିଖୋଜ ଯୁବକ ରାଜେଶର ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ମେ 13 ତାରିଖ ରାତିରେ ବଂଶଧାରା ବ୍ରିଜ ଉପରେ ଅଭିଯୁକ୍ତ ମାନେ ଗୁଳିମାଡ କରି ସ୍ବେଚ୍ଛାସେବୀ ଗୌରି ମିଶ୍ରଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରିଛି । ଜମିଜମା କ୍ରୟବିକ୍ରୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କିନ୍ତୁ ହତ୍ୟାର କାରଣ କଣ ଏଯାଏଁ ଲୋକଲୋଚନକୁ ଆସିପାରିନାହିଁ । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସତ ସାମ୍ନାକୁ ଆସିବ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.