ETV Bharat / state

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟି କାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

author img

By

Published : Feb 23, 2023, 7:49 AM IST

ପାରିବାରିକ କଳହର କରୁଣ ଚିତ୍ର । ଛୁରିରେ ସ୍ତ୍ରୀର ବେକ କାଟିଲା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ବାମୀ । ଅଧିକ ପଢ଼ନ୍ତୁ

ପାରିବାରିକ ବିବାଦରୁ ତୁମୂଳକାଣ୍ଡ
ପାରିବାରିକ ବିବାଦରୁ ତୁମୂଳକାଣ୍ଡ

ରାୟଗଡା: ଘରୋଇ ବିବାଦରୁ ତୁମୁଳକାଣ୍ଡ । କ୍ରୋଧ ସାଜିଲା କାଳ । ରାଗ ଜରଜରରେ ସ୍ତ୍ରୀର ବେକ କାଟି ହତ୍ୟାକଲା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ବାମୀ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଖଡିକାଯୋଡି ଗ୍ରାମରେ ।

୩ ବର୍ଷ ପୂର୍ବେ ତୟାପୁଟ ଗ୍ରାମର ସମ୍ବଡ ମାଝୀ ଖଡିକାଯୋଡି ଗ୍ରାମର ସୁନିତା ମାଝୀଙ୍କୁ ବିବାହ କରିଥିଲେ । ୨ବର୍ଷ ତଳେ ତାଙ୍କର ଝିଅ ଜନ୍ମ ହୋଇଥିଲା । ତେବେ ଝିଅ ଜନ୍ମପର ଠାରୁ ସମ୍ବଡ ମାଝୀ ଏବଂ ସୁନିତା ମାଝୀଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇ ଆସୁଥିବା କହିଛନ୍ତି ପରିବାର ଲୋକେ । ଗତ କିଛି ଦିନ ଧରି ସୁନିତା ମାଝୀ ସ୍ଵାମୀକୁ ଛାଡି ନିଜ ବାପ ଘର ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଖଡିକାଯୋଡି ଗ୍ରାମରେ ରହୁଥିଲେ ।

ଗତ ମଙ୍ଗଳବାର ସ୍ତ୍ରୀକୁ ମନାଇ ପୁଣିଥରେ ନିଜ ସାଙ୍ଗରେ ନେବାକୁ ସ୍ଵାମୀ ସମ୍ବଡ ମାଝୀ ଖଡିକାଯୋଡି ଗ୍ରାମରେ ପହଞ୍ଚିଥିଲା । କିନ୍ତୁ ସ୍ତ୍ରୀକୁ ସୁନିତା ସ୍ଵାମୀ ସମ୍ବଡ ସହିତ ଶାଶୁଘରକୁ ଯିବାକୁ ରାଜି ନ ହେବାରୁ ଗତକାଲି(ବୁଧବାର) ଅପରାହ୍ନରେ ପୁଣି ସମ୍ବଡ ମାଝୀ ଏବଂ ସୁନିତା ମାଝୀଙ୍କ ମଧ୍ୟରେ ବଚସା ଏବଂ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁନିତାଙ୍କୁ ସମ୍ବଡ ମାଝୀ ଏକ ଧାରୁଆ ଛୁରିରେ ବେକ କାଟି ହତ୍ୟାକରି ସେଠାରୁ ଫେରାର ହୋଇଯାଇଥିଲା । ପରେ ନିଜ ଗାଁ ତୟାପୁଟକୁ ଆସି ମାନସିକ ଭାରସାମ୍ୟ ହରାଇବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ସମୟରେ ସ୍ଥାନୀୟ ଲୋକେ ସମ୍ବଡ ମାଝୀକୁ ଉଦ୍ଧାର କରି ୧୦୮ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ସେପଟ ପରିବାର ଲୋକ ଟିକିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି । ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ସୁନିତା ମାଝୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି ।

ଆଜି ରାୟଗଡା ଜିଲ୍ଲା ସଦର ମହକୁମାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବାର ସୂଚନା ମିଳିଛି । ରାୟଗଡା ଜିଲ୍ଲା ଡାକ୍ତରଖାନାରେ ଟିକିରି ପୋଲିସ ପହଞ୍ଚିବା ସହ ସମ୍ବଡ ମାଝୀକୁ କଡା ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଥିବା କହିଛନ୍ତି ପୋଲିସ ଅଧିକାରୀ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.