ETV Bharat / state

ରାୟଗଡ଼ାରେ ଢ଼ାବା ରୋଷେୟାଙ୍କୁ ନିର୍ମମ ହତ୍ୟା ! କାରଣ ଅସ୍ଵଷ୍ଟ

author img

By ETV Bharat Odisha Team

Published : Nov 16, 2023, 10:52 PM IST

ଢାବା ରୋଷେୟାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପୋଲିସର ତଦନ୍ତ ଜାରି । ହତ୍ୟା କରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ରାୟଗଡ଼ାରେ ଢ଼ାବା ରୋଷେୟାଙ୍କୁ ନିର୍ମମ ହତ୍ୟା ! କାରଣ ଅସ୍ଵଷ୍ଟ
ରାୟଗଡ଼ାରେ ଢ଼ାବା ରୋଷେୟାଙ୍କୁ ନିର୍ମମ ହତ୍ୟା ! କାରଣ ଅସ୍ଵଷ୍ଟ
ରାୟଗଡ଼ାରେ ଢ଼ାବା ରୋଷେୟାଙ୍କୁ ନିର୍ମମ ହତ୍ୟା ! କାରଣ ଅସ୍ଵଷ୍ଟ

ରାୟଗଡ଼ା: ପୁଣି ରାୟଗଡା ସହରରେ ଏକ ହତ୍ୟାକାଣ୍ଡ ଘଟିଛି । ସହର ଉପକଣ୍ଠ ସାଇପ୍ରିୟା ନଗର ଦଶମ ଲେନରେ ଜଣେ ଢାବା ରୋଷେୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଲେ ବିନୟ କୁମାର ପାଳ (୩୩) । ତାଙ୍କ ଘର ଗୁଣପୁର ବ୍ଲକ ଭୀମପୁର ଗ୍ରାମରେ ବୋଲି ଜଣାପଡିଛି । ଗତକାଲି ରାତିରେ କେହି ଲୁହା ଛଡରେ ଆକ୍ରମଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସବୁଦିନ ଭଳି ଗତକାଲି(ବୁଧବାର) ରାତିରେ ବିନୟ ନିଜେ କାମ କରୁଥିବା ଢାବାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏକ ଲୁହା ଛଡରେ ଆକ୍ରମଣ କରି ତାଙ୍କର ହତ୍ୟା କରାଯାଇଥିଲା । ଆଜି ସକାଳୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ କିଏ କାହିଁକି ଏହି ହତ୍ୟାକାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନାହିଁ ।

ଠିକ ସେହିଭଳି ଗତକାଲି ମଧ୍ୟ ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ସନ୍ଧ୍ୟା ସମୟରେ ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି । ଗତକାଲି ସେ ନିଜ ଆଶ୍ରମକୁ ଫେରୁଥିଲେ ବେଳେ କିଛି ଅସାମାଜିକ ବ୍ୟକ୍ତି କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଉପରେ ତାଙ୍କ ଗାଡିକୁ ଅଟକାଇ ଅଭଦ୍ର ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରୁ ନିବୃତ ରହିବାକୁ ସ୍ୱରୁପାନନ୍ଦ ସେମାନଙ୍କୁ ବୁଝାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ ...ସୈତାନ ସାଜିଲା ଭାଇ, ଟାଙ୍ଗିଆରେ ହାଣି ଭଉଣୀକୁ କଲା ହତ୍ୟା

କିଛି ସମୟ ପରେ ତାଙ୍କୁ ସେହି ମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିକଟରେ ଥିବା ୱେଲ୍ଡିଂ ଦୋକାନରେ ଏକ ଲୁହା ଛଡରେ ଆକ୍ରମଣ କରିଥିଲା । ଫଳରେ ସ୍ୱରୁପାନନ୍ଦ ଗୁରୁତର ଅବସ୍ଥାରେ ସ୍ଥାନୀୟ ପୋଲିସ ସହାୟତାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ଡାକ୍ତର ସ୍ୱରୁପାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ହେଲେ ତାଙ୍କୁ କେହି ବଡ ଷଡ଼ଯନ୍ତ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଉଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.