ETV Bharat / state

ଭକ୍ତ-ଭଗବାନ ମଧ୍ୟରେ ପାଚେରୀ ହେଲା କୋରୋନା, ଶୁଭିଲାନି ଆ-କା-ମା-ବୈ

author img

By

Published : Nov 30, 2020, 10:27 PM IST

କୋରୋନା ଭକ୍ତ ଓ ଭଗବାନ ମଧ୍ୟରେ ମଧ୍ୟ ବାଧକ ସୃଷ୍ଟି କରିଛି । ଯେଉଁ ନଦୀ ପୁଷ୍କରୀଣିରେ ବୋଇତ ଭସେଇବାକୁ ଭିଡ଼ ଜମୁଥିଲା ସେଇଠି ଆଜିର ଚିତ୍ର ଥିଲା ଖାଁଖାଁ । ହାତ ଗଣତି କିଛିଭକ୍ତଙ୍କୁ ଦେଖିବାକୁ ମିଳିଥିଲା ବଇତ ଭସାଣରେ। ଅଧିକ ପଢନ୍ତୁ...

baita bandhan celibration in rayagda
ଭକ୍ତ ଓ ଭଗବାନ ମଧ୍ୟରେ ବାଧକ ସୃଷ୍ଟି କରିଛି କୋରୋନା

ରାୟଗଡା: ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବା କୋରୋନା ଭକ୍ତ ଓ ଭଗବାନ ମଧ୍ୟରେ ମଧ୍ୟ ବାଧକ ସୃଷ୍ଟି କରିଛି । ଏ ନେଇ ସାରା ଭାରତ ବର୍ଷରେ ବିଭିନ୍ନ ରାଜ୍ୟ ଗୁଡିକ ନିଜ ମନ୍ଦିର ବନ୍ଦ ରଖିବା ସହ ସମସ୍ତ ପାରମ୍ପରିକ ପର୍ବପର୍ବାଣୀକୁ ବନ୍ଦ କରିବା ସହ କଟକଣା ଲାଗିଛି । ଯେଉଁ ନଦୀ ପୁଷ୍କରୀଣିରେ ବୋଇତ ଭସେଇବାକୁ ଭିଡ଼ ଜମୁଥିଲା ସେଇଠି ଆଜିର ଚିତ୍ର ଥିଲା ଖାଁଖାଁ । ହାତ ଗଣତି କିଛିଭକ୍ତଙ୍କୁ ଦେଖିବାକୁ ମିଳିଥିଲା ବୋଇତ ଭସାଣରେ ।

ଭକ୍ତ ଓ ଭଗବାନ ମଧ୍ୟରେ ବାଧକ ସୃଷ୍ଟି କରିଛି କୋରୋନା, ଆଉ ଶୁଭିଲାନି ଆ-କା-ମା-ବୈ

ଓଡିଆ ମାନଙ୍କ ଶ୍ରେଷ୍ଠ ମାସ ଭାବେ ଗଣତି ହେଉଥିବା କାର୍ତ୍ତିକ ମାସରେ ଭକ୍ତ ବିନା ଭଗବାନ ଦର୍ଶନରେ କାର୍ତିକ ବ୍ରତ ପାଳିଛନ୍ତି । କାର୍ତ୍ତିକ ମାସର ଶେଷ ସୋମବାରରେ ବିଭିନ୍ନ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗୁଥିଲା କିନ୍ତୁ ବର୍ତମାନ ତାହା ଦେଖାଯାଇ ନାହିଁ । କିଛି ହାତ ଗଣତି ଭକ୍ତ ବାଧ୍ୟ ହୋଇ ମନ୍ଦିର ବାହାରୁ ଭଗବାନଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ସହରରେ ଥିବା ବିଭିନ୍ନ ଶୈବ ପୀଠ ଗୁଡିକରେ ବିନା ଭକ୍ତରେ ପରମ୍ପରାକୁ ବଜାୟ ରଖିବା ପାଇଁ ପୂଜାର୍ଚ୍ଚନା କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.