ETV Bharat / state

କୃଷି ବିଲକୁ ବିରୋଧ, ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ କୃଷକ ମହାସଂଘର ଧାରଣା

author img

By

Published : Dec 14, 2020, 4:35 PM IST

ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅଖିଳ ଭାରତୀୟ କୃଷକ ମହାସଂଘ ଓ କଂଗ୍ରେସ କର୍ମୀ। ଅଧିକ ପଢ଼ନ୍ତୁ...

agitation in front rayagada collector office against new farm bill by congress and farmer community
କୃଷି ବିଲକୁ ବିରୋଧ, ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ କୃଷକ ମହାସଂଘର ଧାରଣା

ରାୟଗଡ଼ା: ରାୟଗଡ଼ାରେ ନୂତନ କୃଷି ଆଇନକୁ ବିରୋଧ କରି ଅଖିଳ ଭାରତୀୟ କୃଷକ ମହାସଂଘ ଓ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅଖିଳ ଭାରତୀୟ କୃଷକ ମହାସଂଘ ଓ କଂଗ୍ରେସ କର୍ମୀ। ଏନେଇ ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲା।

କୃଷି ବିଲକୁ ବିରୋଧ, ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ କୃଷକ ମହାସଂଘର ଧାରଣା

ଅଖିଳ ଭାରତ କୃଷକ ମହାସଙ୍ଘ ଆବାହକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଛି। ନୂତନ କୃଷି ଆଇନ ପ୍ରତ୍ୟାହାର ଓ ଦିଲ୍ଲୀରେ ମୃତ କୃଷକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ରାୟଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଏହାସହ ଜିଲ୍ଲାରେ ସକ୍ରିୟ ରହିଥିବା ଅନ୍ୟାନ 9ଟି ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତୀକୁ ବିରୋଧ କରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଭବାନୀ ଶଙ୍କର ଜେନା ଏବଂ ତୃପତ ଗମାଙ୍ଗ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଶ୍ରମିକ ସଂଗଠନର ଶତାଧିକ କର୍ମୀ ଶୋଭାଯାତ୍ରା କରିବା ସହ ନୂତନ କୃଷି ନିୟମ ପ୍ରତ୍ୟାହାରନ ନକଲେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.