ETV Bharat / state

ବାଲୁକା କଳାରେ ଜନ ଔଷଧୀ ଦିବସର ସଚେତନତା ବାର୍ତ୍ତା

author img

By

Published : Mar 7, 2022, 11:28 AM IST

ଆଜି ଜନ ଔଷଧୀ ଦିବସ । ଏ ନେଇ ବାଲୁକା ଚିତ୍ରକଳା ମାଧ୍ୟମରେ ଜନ ଔଷଧୀ ଦିବସ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । ଅଧିକ ପଢନ୍ତୁ

ବାଲୁକାକଳାରେ ଜନଔଷଧି ଦିବସର ସଚେତନତା ବାର୍ତ୍ତା
ବାଲୁକାକଳାରେ ଜନଔଷଧି ଦିବସର ସଚେତନତା ବାର୍ତ୍ତା

ପୁରୀ: ଆଜି ଜନ ଔଷଧୀ ଦିବସ । ମାର୍ଚ୍ଚ ୭ ତାରିଖକୁ ଭାରତରେ ଜନ ଔଷଧୀ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ଜନ ଔଷଧୀ ଦିବସ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ।

ବାଲୁକାକଳାରେ ଜନଔଷଧି ଦିବସର ସଚେତନତା ବାର୍ତ୍ତା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଜନ ଔଷଧୀ ଦିବସ ପାଳନ କରାଯାଉଛି। ଜେନେରିକ ଔଷଧର ବ୍ୟବହାର ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି ନେଇ ଏହି ଦିବସ ପାଳନ କରାଯାଉଛି। ଆଜିର ଥିମ ହେଉଛି 'Jan Aushadhi-Jan Upyogi' । ଗତ ୨୦୧୯ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ସରକାର ଦେଶର ୭୩୯ ଜିଲ୍ଲାରେ ୮୬୦୦ ଜନ ଔଷଧ ଆଉଟଲେଟ ଖୋଲିଥିଲେ।

ଯେଉଁଥିରେ କି ଲୋକ ମାନେ ଖୁବ କମ ଦରରେ ବିଭିନ୍ନ ଚିକିତ୍ସା ପାଇଁ ଔଷଧ କିଣିବା ନେଇ ବ୍ୟବସ୍ଥା ହୋଇଥିଲା । ଯାହାକି ଏବେ ବେଶ ଲୋକପ୍ରିୟ ହୋଇଛି। ଦିନକୁ ଦିନ ଲୋକେ କେନ୍ଦ୍ର ସରକାରଙ୍କ ଜନ ଔଷଧି କେନ୍ଦ୍ରକୁ ଯାଇ ଉଚ୍ଚ ମାନର ବିଭିନ୍ନ ଔଷଧ କିଣି ବେଶ ଉପକୃତ ହେଉଛନ୍ତି । ଏହି ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିବା ସହ ଲୋକମାନେ ଜନ ଔଷଧି କେନ୍ଦ୍ରକୁ ଯାଇ ଔଷଧ କିଣି ଉପକୃତ ହେବାକୁ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.