ETV Bharat / state

ପାଖଉଛି ରଥଯାତ୍ରା; ଆଲୋଚନା କଲେ ଜିଲ୍ଲାପାଳ, ସାମିଲ ପାଇଁ 3500 କରାଇବେ କୋଭିଡ ଟେଷ୍ଟ

author img

By

Published : Jul 2, 2021, 7:01 AM IST

ରଥଯାତ୍ରା ସୁରୁଖୁରୁରେ ଆୟୋଜନ ନେଇ ଜିଲ୍ଲାପାଳ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା । ଅଂଶ ଗ୍ରହଣ କରିବାକୁ ଥିବା ସମସ୍ତଙ୍କ ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ...

ପାଖଉଛି ରଥଯାତ୍ରା, ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କଲେ ଜିଲ୍ଲାପାଳ
ପାଖଉଛି ରଥଯାତ୍ରା, ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କଲେ ଜିଲ୍ଲାପାଳ

ପୁରୀ: ରଥଯାତ୍ରା ସୁରୁଖୁରୁରେ ଆୟୋଜନ ନେଇ ଜିଲ୍ଲାପାଳ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି। ଗତବର୍ଷ ପରି କେଉଁ ନିଯୋଗରୁ କେତେ ସେବାୟତ ରହିବେ,ରଥ ଉପରେ କେତେ ସେବାୟତ ରହିବେ ତାର ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ। ରଥଯାତ୍ରାରେ ସାମିଲ ସେବାୟତ, ପ୍ରଶାସନିକ ଅଧିକାରୀ,ପରିମଳ କର୍ମଚାରୀ ଓ ପୋଲିସଙ୍କୁ ମିଶାଇ ୩୫୦୦ ଜଣ ସାମିଲ ହେବାକୁ ଥିବାବେଳ ସମସ୍ତଙ୍କ ଟେଷ୍ଟ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ।

ପାଖଉଛି ରଥଯାତ୍ରା, ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କଲେ ଜିଲ୍ଲାପାଳ

ସେହିପରି ରଥଯାତ୍ରା ସମୟରେ ପୁରୀକୁ ବସ୍ ଓ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। କେବଳ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ। କୌଣସି ବାହାର ଲୋକ କିମ୍ବା ଅତିଥିଙ୍କୁ ଛାତ ଉପରେ ଠିଆ ହେବାର ସୁଯୋଗ ଦିଆଯିବନାହିଁ। ବଡ଼ଦାଣ୍ଡରେ କେତେ ଘର ରହିଛି ଓ ସେମାନଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ଏହାର ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.