ETV Bharat / state

ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ଗଣ ବିକ୍ଷୋଭ

author img

By

Published : Nov 26, 2022, 9:23 PM IST

ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଜହ୍ନିକୁଦା -ସାତପଡ଼ା ସେତୁ ନିର୍ମାଣ ସମିତି । ଅଧିକ ପଢ଼ନ୍ତୁ

ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ଗଣ ବିକ୍ଷୋଭ
ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ଗଣ ବିକ୍ଷୋଭ

ପୁରୀ: ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ବିକ୍ଷୋଭ । ବିକ୍ଷୋଭ ପ୍ରଦର୍ଶନ କଲା ଜହ୍ନିକୁଦା -ସାତପଡ଼ା ସେତୁ ନିର୍ମାଣ ସମିତି । ପରିବେଶ ଓ ପର୍ଯ୍ୟାବରଣ ନାଁରେ ବହୁ ପ୍ରତିକ୍ଷୀତ ପୋଲ ନିର୍ମାଣକୁ ରୋକ ଲଗାଇବା ଜନ ବିରୋଧୀ ବୋଲି ଜହ୍ନିକୁଦା -ସାତପଡା ସେତୁ ନିର୍ମାଣ ସମିତି ଅଭିଯୋଗ କରିଛି । ଗୋପାଳପୁରରୁ ସାତପଡ଼ା ଜାତୀୟ ରାଜପଥ ନିର୍ମାଣ ସହ ଚିଲିକାର ଏକ ପାର୍ଶ୍ବରେ ଥିବା ଦୁଇଟି ନାଳରେ ଛୋଟ ବ୍ରିଜ କରିବାପାଇଁ ଏମାନେ ଦାବି କରିଛନ୍ତି ।

ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ଗଣ ବିକ୍ଷୋଭ

ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦର ହଜାର ହଜାର ଲୋକେ ଜିଲ୍ଲା ସଦର ମହକୁମା ଓ ବ୍ଲକକୁ ଯାତାୟାତ ପାଇଁ ସ୍ଥାୟୀ ପୋଲଟିଏ ନଥିବାରୁ ଚିଲିକାର ଏକ ପାର୍ଶ୍ଵରେ ଥିବା ନାଳକୁ ପାର ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବନ୍ୟା, ବାତ୍ୟା, ଝଡ ପବନରେ ଯୋଗାଯୋଗ ଠପ ହୋଇଯାଏ । ପରିବେଶ ନାଁରେ ସରକାର ଉପକୂଳ ଜାତୀୟ ରାଜପଥର ଦିଗ ପରିବର୍ତ୍ତନ କରି ଟାଙ୍ଗୀରୁ ରତନପୁର ନେଇଗଲେ । ବର୍ତ୍ତମାନ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗୋପାଳପୁର ବନ୍ଦରରୁ ସାତପଡ଼ାକୁ ସଂଯୋଗ ପାଇଁ ପ୍ରସ୍ତାବ ରଖିଛନ୍ତି । ଏନେଇ ଡିପିଆର ପ୍ରସ୍ତୁତ ହୋଇଛି । ଜୈବ ବିବିଧତା ଦୃଷ୍ଟିରୁ ସାତପଡ଼ାରୁ ବ୍ରହ୍ମପୁର ଓ ମହିଁସାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକାର ନାଳରେ ଦୁଇଟ ସିଗନେଚର ବ୍ରିଜ ନିର୍ମାଣ ହେଲେ ମାଛ ଚିଙ୍ଗୁଡ଼ି ଆଦି ଜଳଜୀବ ଅବାଧରେ ଚଳ ପ୍ରଚଳ କରିବେ ବୋଲି ସଙ୍ଘ ଦାବି କରିଛି ।

ପରିବେଶ ଓ ପର୍ଯ୍ୟାବରଣ ନାଁରେ ବହୁ ପ୍ରତିକ୍ଷୀତ ପୋଲ ନିର୍ମାଣକୁ ରୋକ ଲଗାଇବା ଜନ ବିରୋଧୀ ବୋଲି ଜହ୍ନିକୁଦା -ସାତପଡା ସେତୁ ନିର୍ମାଣ ସମିତି ଅଭିଯୋଗ କରିଛି । ଏହା ବିରୋଧରେ ଆଜି ସମିତିର ଶହ ଶହ ଲୋକେ ଡାକ୍ତରଖାନା ଛକରୁ ବିରାଟ ପଟୁଆରରେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ବିକ୍ଷୋଭ କରିଥିଲେ । ଗୋପାଳପୁରରୁ ସାତପଡ଼ା ଜାତୀୟ ରାଜପଥ ନିର୍ମାଣ ସହ ଚିଲିକାର ଏକ ପାର୍ଶ୍ବରେ ଥିବା ଦୁଇଟି ନାଳରେ ଛୋଟ ବ୍ରିଜ କରିବାପାଇଁ ଏମାନେ ଦାବି କରିଛନ୍ତି । ଗତବର୍ଷରୁ ସ୍ଥିରୀକୃତ ହୋଇଥିବା ପରିବେଶ ଓ ଜାତୀୟ ରାଜପଥ ବିଭାଗର କମିଟି ଆସି କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଜାତୀୟ ରାଜପଥ ମନ୍ତ୍ରୀ ଓ ପରିବେଶ ବିଭାଗର ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଛି ।

ଏନେଇ ଜହ୍ନିକୁଦା -ସାତପଡା ସେତୁ ନିର୍ମାଣ ସମିତି ସଭାପତି ଅଭିମନ୍ୟୁ ଜେନା କହିଛନ୍ତି, "ବ୍ରିଜ ନିର୍ମାଣ ହେଲେ, ଅର୍ଥନୀତି, ଯୋଗାଯୋଗ, ଚିଲିକାର ବିକାଶ ସହ ପର୍ଯ୍ୟଟନର ବିକାଶ ହେବ । ପରିବେଶ ସନ୍ତୁଳିତ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତିଙ୍କ ସମେତ ସମ୍ପାଦକ ଶରତ କୁମାର ରାୟଗରୁ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅବସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ ଏକ ରିପୋର୍ଟ ପରିବେଶ ବିଭାଗକୁ ଦେଇ ସବ୍‌ କମିଟି ଆଣିବା ପାଇଁ ମଧ୍ୟ ଦାବି କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.