ETV Bharat / state

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏତଲା

author img

By ETV Bharat Odisha Team

Published : Nov 17, 2023, 6:13 PM IST

Jagannatha Temple Natamandap Repairing: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଆଇନଜୀବୀ ହେଉଛନ୍ତି ଅଭିଷେକ ଦାସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

PIL filed against temple administration and ASI
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପିଆଇଏଲ ଦାୟର କରିଥିବା ଆଇନଜୀବୀ ହେଉଛନ୍ତି ଅଭିଷେକ ଦାସ । ଆଜିଠୁ କାମ ଆରମ୍ଭ ପାଇଁ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବାବେଳେ କାର୍ଯ୍ୟ ଆରମ୍ଭ ନକରି ନିର୍ଦ୍ଦେଶକୁ ଅବମାନନା ହୋଇଥିବା ଅଭିଯୋଗ ହୋଇଥିବା ନେଇ ଆବେଦନକାରୀ ଅଭିଷେକ ଦାସ ଅଭିଯୋଗ କରିଛନ୍ତି । ତେଣୁ ଆଜି ଅଭିଷେକ ନିଜେ ଶ୍ରୀମନ୍ଦିର ଆସି ନିର୍ଦ୍ଦେଶ ଅବମାନନା ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସିଂହଦ୍ୱାର ଥାନାରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏତଲା ଦେଇଛନ୍ତି ।


ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ପ୍ରକ୍ରିୟା। ମରାମତି ପାଇଁ ଲୁହା ପାଇପ ସଂଯୋଗ କରାଯାଇ ଏକ ଓ୍ବାର୍କିଙ୍ଗ ପ୍ଲାଟଫର୍ମ ତିଆରି ହେବ । ସେଠାରେ ASI କର୍ମଚାରୀ ରହି ନାଟମଣ୍ଡପର ମରାମତି କାର୍ଯ୍ୟ ଆରମ୍ଭ କରିବେ । ଆଜି ଠାରୁ ସ୍କାଫ ଫୋଲ୍ଡିଙ୍ଗ ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଶେଷ ହେବା ପରେ ASIର ଏକ୍ସପର୍ଟ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ବୈଷୟିକ ଟିମ୍ ଉଭୟ ମିଶି ଏହି ମରାମତି କାର୍ଯ୍ୟ କରିବେ । ନାଟମଣ୍ଡପର ଏକ ବିମରେ ଫାଟ ସୃଷ୍ଟି ହୋଇଥିବା ଫଟୋରୁ ଜଣାପଡ଼ିବା ପରେ ଏହାକୁ କିଭଳି ଶୀଘ୍ର ମରାମତି କରାଯାଇପାରିବ ସେନେଇ ସମସ୍ତ କାର୍ଯ୍ୟ ହେବ ବୋଲି ASI ପକ୍ଷରୁ କୁହାଯାଇଛି ।

କାର୍ତ୍ତିକ ମାସ ଚାଲିଥିବାରୁ ଭକ୍ତଙ୍କ ପ୍ରବଳ ଗହଳି ରହିଛି । ସୂଚନା ମୁତାବକ, ମହାପ୍ରଭୁଙ୍କ ନୀତିକାନ୍ତିକୁ ଦୃଷ୍ଟିରେ ମନ୍ଦିର କମାଣ୍ଡରଙ୍କ ପରାମର୍ଶରେ ମରାମତି କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି। ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ନାଟମଣ୍ଡପର ମରାମତି କାର୍ଯ୍ୟ ASI ପକ୍ଷରୁ କରାଯିବ । ତେବେ କାର୍ତ୍ତିକ ମାସ ପରେ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଜୋରସୋରରେ ଆଗେଇ ନେବା ପାଇଁ ASI ଲକ୍ଷ୍ୟ ରଖିଛି।

ଏହା ବି ପଢନ୍ତୁ...ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଏନଓସି

ଗତକାଲି(ଗୁରୁବାର) ଶ୍ରୀମନ୍ଦିର ପ୍ରଶାସନ ସହିତ ବୈଠକ ପରେ ASI କୁ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନଓସି ଦେଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନହେବ ତା'କୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ASI ର ଅବହେଳାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଏହି କାର୍ଯ୍ୟ ସଠିକ ଢଙ୍ଗରେ କରାଯିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.