ETV Bharat / state

ଗୋପ ଓ କୋଣାର୍କରେ ମାସ୍କ ବ୍ୟବହାର ନ କରି ଜୋରିମାନା ଗଣିଲେ 10

author img

By

Published : Apr 24, 2020, 12:08 PM IST

ଗୋପ ଓ କୋଣାର୍କ ଅଞ୍ଚଳରେ ମାସ୍କ ବ୍ୟଵହାର କରୁନଥିଵା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ।

ଗୋପ ଓ କୋଣାର୍କରେ ମାସ୍କ ବ୍ୟବହାର କରୁନଥିବା ଵ୍ୟକ୍ତିଙ୍କୁ ଜୋରିମାନା
ଗୋପ ଓ କୋଣାର୍କରେ ମାସ୍କ ବ୍ୟବହାର କରୁନଥିବା ଵ୍ୟକ୍ତିଙ୍କୁ ଜୋରିମାନା

ପୁରୀ: ବିଶ୍ବ ମହାମାରୀ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ମାସ୍କ ପିନ୍ଧିଵା ଵାଧ୍ୟତାମୂଳକ କରିଛନ୍ତି । ମାତ୍ର କେତେକ ଅମାନିଆଙ୍କୁ ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ ସେମାନେ ନଶୁଣିବାରୁ ପ୍ରଶାସନ କଠୋର ହୋଇଛି ।

ମାସ୍କ ବ୍ୟବହାର କରୁନଥିବା ଵ୍ୟକ୍ତିଙ୍କୁ ଜୋରିମାନା

ଗୋପ ଓ କୋଣାର୍କ ଅଞ୍ଚଳରେ ମାସ୍କ ବ୍ୟଵହାର କରୁନଥିଵା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଲୋକମାନଙ୍କୁ ସଚେତନ କରିବା ଏଵଂ ଅମାନିଆକୁ ସାଵାଡ କରିଵା ପାଇଁ ଅଣ୍ଟା ଭିଡିଛନ୍ତି ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ।

ଗୋପ ଓ କୋଣାର୍କରେ ମାସ୍କ ବ୍ୟବହାର କରୁନଥିବା ଵ୍ୟକ୍ତିଙ୍କୁ ଜୋରିମାନା
ଗୋପ ଓ କୋଣାର୍କରେ ମାସ୍କ ବ୍ୟବହାର କରୁନଥିବା ଵ୍ୟକ୍ତିଙ୍କୁ ଜୋରିମାନା

ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୧୦ଜଣ ଅମାନିଆଙ୍କ ଠାରୁ ୨00 ଟଙ୍କା ଲେଖାଁଏ ମୋଟ ୨ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ କେତେକଙ୍କୁ ମାସ୍କ ଓ ସଚେତନ କରାଇଛନ୍ତି। ସେହିପରି କୋଣାର୍କ ଠାରେ ମଧ୍ୟ ତହସିଲଦାର ମଣ୍ଡଳ ମାସ୍କ ଵାନ୍ଧି ନ ଥିଵା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବାବେଳେ ଲୋକମାନଙ୍କୁ ସଚେତନତା ଵାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.