ETV Bharat / state

Commando Web Series: ଜଗା ଦର୍ଶନ ପରେ ଭାବବିହ୍ଵଳ ଅଭିନେତା ପ୍ରେମ, କହିଲେ ଓଡ଼ିଆ ପୁଅର ପୂରଣ ହେଲା ସ୍ୱପ୍ନ

author img

By

Published : Aug 12, 2023, 4:59 PM IST

Updated : Aug 12, 2023, 5:07 PM IST

ଭୁବନେଶ୍ବରରେ ବସି ସ୍ବପ୍ନ ଦେଖିଥିଲି । ଆଜି ମହାପ୍ରଭୁଙ୍କ କରୁଣାରୁ ତାହା ପୂରଣ ହୋଇଛି କହି ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ବଳ ହେଲେ ଅଭିନେତା ପ୍ରେମ ପରିଜା । ଅଧିକ ପଢନ୍ତୁ

Etv Bharat
Etv Bharat

ଜଗା ଦର୍ଶନ ପରେ ଭାବବିହ୍ଵଳ ଅଭିନେତା ପ୍ରେମ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ଵଳ ହେଲେ ହିନ୍ଦୀ ୱେବ ସିରିଜ ‘କମାଣ୍ଡୋ’ର ଲିଡ଼ ହିରୋ ତଥା ଓଡ଼ିଆ ପୁଅ ପ୍ରେମ ପରିଜା । ପ୍ରେମ ପ୍ରଥମ କରି ହିନ୍ଦୀ ୱେବ ସିରିଜରେ ଡେବ୍ୟୁ କରିଛନ୍ତି । ବଲିଉଡର ନାମିଦାମୀ ନିର୍ଦ୍ଦେଶକ ବିପୁଲ ଶାହ କମାଣ୍ଡୋ ଫିଲ୍ମର ୩ଟି ପାର୍ଟରେ ସଫଳତା ସାଉଣ୍ଟିବା ପରେ ଏବେ କମାଣ୍ଡୋ ୱେବ ସିରିଜ ପ୍ରସ୍ତୁତ କରିଛନ୍ତି । ଜଣେ ୧୧ ବର୍ଷର ଓଡ଼ିଆ ପୁଅ (ଯେତେବେଳେ ତାଙ୍କୁ 11 ବର୍ଷ ହୋଇଥିଲା) ଭୁବନେଶ୍ବରରେ ବସି ଦେଖିଥିବା ସ୍ବପ୍ନ ମହାପ୍ରଭୁଙ୍କ କରୁଣାରୁ ସାକାର ହୋଇଛି ବୋଲି କହିଛନ୍ତି ପ୍ରେମ ।

ଏହି ୱେବ ସିରିଜରେ ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ତଥା ଲିଡ ହିରୋ ଭାବରେ ନୂଆମୁହଁ ଭାବରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା । ଏହି ଆକ୍ସନ ଥ୍ରୀଲର ସିରିଜ ୧୧ ଅଗଷ୍ଟରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି । ତେବେ ବିପୁଲ ଶାହଙ୍କ ଭଳି ନାମିଦାମି ନିର୍ଦ୍ଦେଶକ ଓ ଅଦା ଶର୍ମାଙ୍କ ଭଳି ସୁପରଷ୍ଟାର ଅଭିନେତ୍ରୀଙ୍କ ସହ କାମ କରିବାକୁ ନେଇ ଗର୍ଵ ଅନୁଭବ କରିଛନ୍ତି ପ୍ରେମ । ଜଣେ ୧୧ ବର୍ଷର ଓଡ଼ିଆ ପୁଅ ଭୁବନେଶ୍ବରରେ ବସି ଦେଖିଥିବା ସ୍ବପ୍ନ ମହାପ୍ରଭୁଙ୍କ କରୁଣାରୁ ସାକାର ହୋଇଛି ବୋଲି କହିଛନ୍ତି ପ୍ରେମ ।

ଏହା ବି ପଢନ୍ତୁ- ଆସିଲା ‘ଦ ଫ୍ୟାମିଲି ମ୍ୟାନ 2’ର ନୂଆ ପ୍ରୋମୋ

ପ୍ରାୟ ୧୧୦୦୦ ଅଭିନେତା ଅଡିସନ ଦେଇଥିବା ବେଳେ ପ୍ରେମ ବିପୁଲ ଶାହଙ୍କ ପଥମ ପସନ୍ଦ ହୋଇ ଚୟନ ହେବା ମହାପ୍ରଭୁଙ୍କର ହିଁ ଦୟା ବୋଲି ସେ କହିଛନ୍ତି । ପ୍ରେମ କହିଛନ୍ତି, "ଓଡ଼ିଆ ପିଲା ଭାବେ ଏହି ରୋଲ ମିଳିବାକୁ ନେଇ ମୁଁ ବେଶ ଖୁସି ଓ ଗର୍ବିତ। ଅଭିନେତା ହେବା ପାଇଁ କଠିନ ପରିଶ୍ରମ କରିଛି । ଦିଲ୍ଲୀରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ କଲେଜରେ ଅଭିନୟ ଶିଖିବା ପାଇଁ ପାଠ ପଢ଼ିଥିଲି । ଶାହାରୁଖ ଖାନଙ୍କ ଭଳି ଜଣେ ପ୍ରସିଦ୍ଧ ଅଭିନେତା ହେବା ପାଇଁ ସବୁବେଳେ ସ୍ବପ୍ନ ଦେଖୁଥିଲି । ଅନେକ ସ୍ଥାନକୁ ଯାଇ ଥିଏଟରରେ ଅଭିନୟ ମଧ୍ୟ କରିଛି । ଶେଷରେ ମହାପ୍ରଭୁଙ୍କ କୃପା ମୋ ଉପରେ ପଡ଼ିଛି । ବିପୁଲ ଶାହଙ୍କ ଭଳି ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ୱେବ୍ ସିରିଜରେ ଲିଡ ରୋଲ୍ ପାଇବହୁତ୍ ଖୁସି ଅଛି।"

ସେ ଆଗାମୀ ଦିନ ଆହୁରି ଭଲ ଫିଲ୍ମ କରି ଓଡ଼ିଶା ଗୌରବକୁ ବଢାଇବେ ବୋଲି ପ୍ରେମ କହିଛନ୍ତି । ସୂଚନା ଥାଉ କି ପ୍ରେମଙ୍କ ବିପକ୍ଷରେ ଲିଡ ଅଭିନେତ୍ରୀ ଭାବେ ନଜର ଆସିବେ ଅଦା ଶର୍ମା । ଯିଏକି ନିକଟରେ ବିବାଦୀୟ ଫିଲ୍ମ କେରଳ ଫାଇଲ୍ସରେ ନଜର ଆସିଥିଲେ । ଏହି ଫିଲ୍ମରୁ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ତେବେ ଏଭଳି ଜଣେ ନାମିଦାମି ଅଭିନେତ୍ରୀଙ୍କ ସହ କାମ କରି ଓଡ଼ିଆ ପୁଅ ତଥା ଅଭିନେତା ପ୍ରେମ ପରିଜା ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 12, 2023, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.