ETV Bharat / state

ଫନି ବାତ୍ୟାକୁ ୪ ବର୍ଷ ଏବେବି ମିଳିନି କ୍ଷତିପୂରଣ, ଧାରଣାରେ କୃଷ୍ଣପ୍ରସାଦ ବ୍ଲକର କ୍ଷତିଗ୍ରସ୍ତ

author img

By

Published : Mar 26, 2023, 5:08 PM IST

Updated : Mar 26, 2023, 5:18 PM IST

ପୁରୀବାସୀଙ୍କ ମନରୁ ଲିଭିନି ଫନି, ଫାଇଲିନର ତାଣ୍ଡବ। କୃଷ୍ଣପ୍ରସାଦ ବ୍ଳକ୍ ସମ୍ମୁଖରେ ଫନି, ଫାଇଲିନ କ୍ଷତିଗ୍ରସ୍ତ ହିତାଧିକାରୀମାନେ ଦେଲେ ଧାରଣା । ଶହଶହ କ୍ଷତିଗ୍ରସ୍ତ ହିତାଧିକାରୀ ସରକାରଙ୍କ ବିରୁଦ୍ଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢ଼ନ୍ତୁ

କୃଷ୍ଣପ୍ରସାଦ ବ୍ଳକ୍ ସମ୍ମୁଖରେ ବାତ୍ୟା କ୍ଷେତିଗ୍ରସ୍ତ ହିତାଧିକାରୀମାନେ ଦେଲେ ଧାରଣା
କୃଷ୍ଣପ୍ରସାଦ ବ୍ଳକ୍ ସମ୍ମୁଖରେ ବାତ୍ୟା କ୍ଷେତିଗ୍ରସ୍ତ ହିତାଧିକାରୀମାନେ ଦେଲେ ଧାରଣା

କୃଷ୍ଣପ୍ରସାଦ ବ୍ଳକ୍ ସମ୍ମୁଖରେ ବାତ୍ୟା କ୍ଷେତିଗ୍ରସ୍ତ ହିତାଧିକାରୀମାନେ ଦେଲେ ଧାରଣା

ବ୍ରହ୍ମଗିରି: ପୁରୀବାସୀଙ୍କ ମନରୁ ଲିଭିନି ଫନି, ଫାଇଲିନର ତାଣ୍ଡବ। ଫନିର କରାଳ ରୂପ ଏବେ ବି ପୁରୀବାସୀଙ୍କ ସ୍ମୃତିରେ ଉଜ୍ଜୀବିତ । ଫନିରେ ହଜାର ହଜାର ଲୋକଙ୍କ ଘର ଉଜୁଡି ଯାଇଥିବା ବେଳେ ଶହଶହ ହେକ୍ଟର ଫସଲ ନଷ୍ଟ ହୋଇଯାଇଥିଲା । ଫନିରେ ବିଶେଷ ଭାବରେ ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆଜି ପର୍ଯ୍ୟନ୍ତ ବି ସରକାରୀ ସହାୟତାରୁ ବଞ୍ଚିତ କୃଷ୍ଣପ୍ରସାଦର ଶତାଧିକ ହିତାଧିକାରୀମାନେ ।

ବର୍ଷ ବର୍ଷ ଧରି ସରକାରୀ ସହାୟତାରୁ ବଞ୍ଚିତ ଥିବା ଫନି ଫାଇଲିନ କ୍ଷତିଗ୍ରସ୍ତ ହିତାଧିକାରୀମାନେ ଏବେ କଠୋର ନିଷ୍ପତ୍ତି ନେଇଛନ୍ତି କୃଷ୍ଣପ୍ରସାଦବାସୀ । ବାତ୍ୟା ନିରୋଧକ କ୍ରିୟାନୁଷ୍ଠାନ କମିଟି ଆବାହକ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପ୍ରାୟ ୧ କିଲୋମିଟର ପଦ ଯାତ୍ରାରେ ଶହଶହ କ୍ଷତିଗ୍ରସ୍ତ ହିତାଧିକାରୀ ସରକାରଙ୍କ ବିରୁଦ୍ଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନିଜର ହକ ପାଇଁ ହାତରେ ବ୍ୟାନର ଧରି ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି । ବ୍ଲକ କାର୍ଯ୍ୟାଳୟ ଆଗରେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଅହରାତ୍ର ଧାରଣା ଦେବେ ବୋଲି କହିଛନ୍ତି କ୍ଷତିଗ୍ରସ୍ତ ହିତାଧିକାରୀ । ଗୋଟିଏ ପଟେ ସରକାର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ପ୍ରଦାନ କରିବା କଥା କହୁଥିବା ବେଳେ ସରକାରୀ ଅଧିକାରୀମାନେ ତାକୁ କାର୍ଯ୍ଯକାରୀ କରୁନାହାନ୍ତି ।

କ୍ଷତିଗ୍ରସ୍ତ ହିତାଧିକାରୀ ମାନେ ସରକାରୀ ଅଫିସରଙ୍କୁ ଗୁହାରୀ କରି କରି ଥକି ପଡ଼ିଥିଲେ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ଫାଇଲିନ ବାତ୍ୟାର ଘର ଭଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଘର ପ୍ରଦାନ ପାଇଁ ହାଇକୋର୍ଟ ରାୟ ଦେଇଛନ୍ତି । ହେଲେ କୋର୍ଟଙ୍କ ରାୟକୁ ମଧ୍ୟ ସରକାରୀ ବାବୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀମାନେ।

ଅଧିକ ପଢ଼ନ୍ତୁ: Mann Ki Baat: ନାରୀଶକ୍ତି ବିକଶିତ ଭାରତର ପ୍ରାଣବାୟୁ, ଓଡିଶାର ଜ୍ୟୋର୍ତିମୟୀଙ୍କୁ ମୋଦିଙ୍କ ପ୍ରଶଂସା

ଆଜିକୁ ବର୍ଷବର୍ଷ ଧରି ବାତ୍ୟାର ଘର ହରାଇଥିବା କ୍ଷତିଗ୍ରସ୍ତମାନେ ଆନ୍ଦୋଳନ କରି ଆସୁଛନ୍ତି । ଖାଲି ପାଦରେ ଚାଲି ଚାଲି ପୁରୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ଯ ସଫଳତା ପାଇ ନଥିଲେ । ଖାଲି ପ୍ରତିଶୃତି । ତେବେ ସବୁଠାରୁ ନିରାଶ ହେବା ପରେ କୃଷ୍ଣପ୍ରସାଦ ବ୍ଲକ ସମ୍ମୁଖରେ ଧାରଣା ଦେବା ପାଇଁ କ୍ଷତିଗ୍ରସ୍ତ ମାନେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବ୍ଲକ ବିଡ଼ିଓ ଧାରଣା କାରି ନିକଟକୁ ନଯାଇ ସମ୍ପୂର୍ଣ୍ଣ ଭାବେ ବ୍ଲକ କାର୍ଯ୍ୟାଳୟକୁ ଆସିବା ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି । ତବେ କେବେ ସରକାର ଏମାନଙ୍କ ଶୁଣିବେ ଦେଖିବାକୁ ବାକି ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Mar 26, 2023, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.