ETV Bharat / state

ମହାପ୍ରଭୁଙ୍କୁ 1କେଜିରୁ ଅଧିକ ସୁନା ଓ ରୂପା ଅଳଙ୍କାର ଦାନ କଲେ ଗୁଜୁରାଟୀ ଭକ୍ତ

author img

By ETV Bharat Odisha Team

Published : Dec 19, 2023, 10:15 PM IST

Gujarati devotee donates gold tilak and silver crown to Lord Jagannath : ଦୁଇଟି ସୁବର୍ଣ୍ଣର ତିଲକ ଓ ତିନୋଟି ରୂପା ମୁକୁଟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ ଗୁଜରାଟୀ ଭକ୍ତ । ଅଳଙ୍କାରର ମୂଲ୍ୟ ୭୫ ଲକ୍ଷ ଟଙ୍କା ରହିଛି । ଅଧିକ ପଢ଼ନ୍ତୁ

gold tilak and silver crown donate to Jagannath
gold tilak and silver crown donate to Jagannath

gold tilak and silver crown donate to Jagannath

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାର ଦାନ କଲେ ଭକ୍ତ । ଦୁଇଟି ସୁବର୍ଣ୍ଣର ତିଲକ ଓ ତିନୋଟି ରୂପା ମୁକୁଟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ ଗୁଜରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ସହ ମୁକୁଟ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି । ପ୍ରାୟ ଏକ କେଜି ୭୫ ଗ୍ରାମ ଓଜନ ସୂନାର ଅଳଙ୍କାର ଦାନ କରିଥିବା ବେଳେ ଏହାର ମୂଲ୍ଯ ୭୫ ଲକ୍ଷ ଟଙ୍କା ରହିଛି । ଏହି ଅଳଙ୍କାର ପୁରୀରେ ପହଞ୍ଚିବା ପରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପାରମ୍ପରିକ ଶୋଭାଯାତ୍ରାରେ ଏହି ଅଳଙ୍କାର ଶ୍ରୀମନ୍ଦିରକୁ ନିଆଯାଇଥିଲା । ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହା ହସ୍ତାନ୍ତରିତ କରାଯାଇଛି ।

ତେବେ ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ମାପ ଅନୁଯାୟୀ ୨୪ କେରଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଛି । ଆଜି ( ମଙ୍ଗଳବାର ) ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି ଗୁଜୁରାଟର ଚିରାଗ ଚିନୁଭାଇ ପଟେଲ । ତେବେ ଦାତାଙ୍କ କହିବା ଅନୁସାରେ, ସେ ମହାପ୍ରଭୁଙ୍କ ସେବା ପାଇଁ କିଛି ସାମଗ୍ରୀ ଦାନ ଦେବାକୁ ଇଚ୍ଛା ପ୍ରକାଶ କରିଥଲେ । ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଏନେଇ ଯୋଗାଯୋଗ କରିଥିଲେ । ପରେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅନୁମତି ନେଇ ଏହି ସୁନା ଆଭୁଷଣ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ଦୁଇଟି ସୁବର୍ଣ୍ଣର ତିଲକ ଓ ତିନୋଟି ରୂପା ମୁକୁଟ ମହାପ୍ରଭୁଙ୍କ ପାଇଁ ତିଆରି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଆଜି ପବିତ୍ର ଦେବ ଦୀପାବଳି, ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଦାନ କଲେ ଭକ୍ତ

ତେବେ ମହାପ୍ରଭୁଙ୍କ କୃପା ନଥିଲେ ଏହା ସମ୍ଭବ ନୁହେଁ । ତେଣୁ ଏହା ମହାପ୍ରଭୁଙ୍କ କୃପା ବୋଲି ଦାତା ଚିରାଗ ଚିନୁଭାଇ କହିଛନ୍ତି । ମହାପ୍ରଭୁଙ୍କୁ ଏହି ଅଳଙ୍କାର ଦାନ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ଚିରାଗ । ସେପଟେ ମହାପ୍ରଭୁଙ୍କ ଅନେକ ସ୍ବର୍ଣ୍ଣ ଆଭୂଷଣ ପୁରୁଣା ହୋଇ ଯାଇଥିବା ବେଳେ ଅନେକ ଭାଙ୍ଗି ଗଲାଣି । ତେଣୁ ନୁଆ ସ୍ବର୍ଣ୍ଣ ଆଭୁଷଣ ତିଆରି ହେବା ଉଚିତ ।

ଏହା ମଧ୍ୟ ପଢ଼ନ୍ତୁ.....ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ପଞ୍ଚଦିବସୀୟ ମହାଯଜ୍ଞ ଶୁଭାରମ୍ଭ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.