ETV Bharat / state

ଚାଲିଛି ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ, ମାର୍କଣ୍ଡ ତୀର୍ଥ ପାଇବ ନୂଆରୂପ

author img

By

Published : Jul 14, 2023, 8:15 PM IST

ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ । ଜୋରଦାର ଚାଲିଛି କାର୍ଯ୍ୟ । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ
ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ

ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ

ପୁରୀ: ଶ୍ରୀମନ୍ଦିର ତଥା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ହୋଇ ରହିଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଶ୍ରୀକ୍ଷେତ୍ର ରେ ପଞ୍ଚତିର୍ଥ ପୁଷ୍କରିଣୀ ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ଅର୍ଥ ମଞ୍ଜୁର କରିଛନ୍ତି । ମାର୍କଣ୍ଡେୟ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ନରେନ୍ଦ୍ର ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ପୁଷ୍କରିଣୀରକାନ୍ଥରେ ଦଶାବତାର କାରୁକାର୍ଯ୍ୟ ମୂର୍ତ୍ତି ଖଞ୍ଜା କାର୍ଯ୍ୟ ଶେଷ ହୋଇଛି ।

ସେହିପରି ମାର୍କଣ୍ଡେୟ ପୁଷ୍କରିଣୀରେ ମଧ୍ୟ ବିଭିନ୍ନ କାରୁକାର୍ଯ୍ୟର ମୂର୍ତ୍ତି ଲଗାଯିବ । ଏବେ ମାର୍କଣ୍ଡେୟ ପୁଷ୍କରିଣୀର ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ବର୍ଷା ଆରମ୍ଭ ହୋଇଯାଇଥିବାରୁ ପୁଷ୍କରିଣୀ ଭିତରକୁ ପାଣି ଝର ବଢ଼ିବାରେ ଲାଗିଥିଲା । ଫଳରେ ପଙ୍କ ଉଦ୍ଧାର ହୋଇସାରିଥିବାରୁ ପାଣିଝର ବଢ଼ିବା ସହିତ ମାଟି ମଧ୍ୟ ଖସି ଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁଷ୍କରିଣୀର ପାହାଚ ତଳୁ ଯେପରି ମାଟି ନଖସିବ ସେଥିପାଇଁ ସେଠାରେ ନାଲି ମାଟି ଦିଆଯିବା ସହିତ ବାଲିବସ୍ତା ଦିଆଯାଇଛି । ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଜିଓଫେବ୍ରିକ ବସ୍ତାରେ ବାଲି ଭର୍ତ୍ତି କରି ଚାପା ଦିଆଯାଉଛି । ଏହାଫଳରେ ପାହାଚ ତଳୁ ଆଉ ମାଟି ଖସିବ ନାହିଁ । ଏହି ଜିଓଫେବ୍ରିକ୍ ବ୍ୟାଗଗୁଡ଼ିକ ଦୀର୍ଘସ୍ଥାୟୀ । ୨୫ ବର୍ଷରୁ ଅଧିକ ଏହା ପାଣି ଭିତରେ ନଷ୍ଟ ନହୋଇ ରହିବ ।

ପୂର୍ବରୁ ମଧ୍ୟ ମାର୍କଣ୍ଡେୟ ପୁଷ୍କରିଣୀରେ ପାହାଚ ନିର୍ମାଣ କରାଯାଇଥିଲା । ହେଲେ ମାଟିଖସି ଯିବା ଫଳରେ ଅନେକ ପାହାଚ ଖସି ପଡ଼ିଛି । ସେସବୁକୁ ମରାମତି କରାଯାଇଛି । ବାଲି ବସ୍ତା ପ୍ୟାକିଂ ଦିଆଯିବା ପରେ ପୁଷ୍କରିଣୀର ପାଚେରି ମରାମତି କରାଯାଇଛି । ତୀର୍ଥ ପୁଷ୍କରିଣୀଗୁଡ଼ିକରେ ଐତିହ୍ୟ ଓ କଳା, ସଂସ୍କୃତିର ଛାପ ଦିଆଯିବା ଲାଗି ଆମୂଳଚୂଳ ପରିବର୍ତ୍ତନ କରାଯାଉଛି । ପୁଷ୍କରିଣୀଗୁଡ଼ିକର କାନ୍ଥବାଡ଼ରେ କଳା ସଂସ୍କୃତିର ଖୋଦେଇ କାରୁକାର୍ଯ୍ୟ ଲଗାଯିବ ।

ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିର, ବେଳାଭୂମି ଓ ଐତିହ୍ୟ ପୁଷ୍କରିଣୀ ପରିଭ୍ରମଣ କରିବା ବେଳେ ଓଡ଼ିଶାର କଳା ସଂସ୍କୃତି ଓ ଭାସ୍କର୍ଯ୍ୟର ଯେପରି ଅନୁଭୂତି ସାଉଁଟିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏବେ ମୂର୍ତ୍ତି ନିର୍ମାଣ ଲାଗି ପଥର ଯୋଗାଡ଼ କରାଯାଉଛି । ଏସବୁ ପଥର ମିଳିବା କଷ୍ଟକର ହେଉଥିବାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଛି । ପୁଷ୍କରିଣୀର ପୁନଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏହି ଐତିହ୍ୟ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ଲାଗି ୬୬.୬୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.