ETV Bharat / state

ପୌରାଣିକ ମାର୍କଣ୍ଡ ପୁଷ୍କରିଣୀ ପାଇବ ନୂଆ ରୂପ, ଖର୍ଚ୍ଚ ହେବ 13 କୋଟି

author img

By

Published : Mar 19, 2023, 9:48 AM IST

ଶ୍ରୀମନ୍ଦିର ପରେ ଏବେ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ପାଳି । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ଚାଲିଛି ପ୍ରସ୍ତୁତି ।

ପୌରାଣିକ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀର ଚାଲିଛି ନବକଳେବର
ପୌରାଣିକ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀର ଚାଲିଛି ନବକଳେବର

ପୌରାଣିକ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀର ଚାଲିଛି ନବକଳେବର

ପୁରୀ: ନବକଳେବର ହେବ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ । ଜୋରଦାର ଚାଲିଛି କାର୍ଯ୍ୟ । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି । ପୁରୀର ଗୈରବମୟ ତଥା ପୌରାଣିକ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରକୁ ସୁନ୍ଦର ଏବଂ ନବଜୀବିତ କରାବା ପାଇଁ କାର୍ଯ୍ୟଜାରି ରହିଛି । ତେବେ ସରକାରଙ୍କ ଓବିସିସି ପକ୍ଷରୁ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ ୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମାର୍କଣ୍ଡ ପୁଷ୍କରିଣୀର ଜଳକୁ ସମ୍ପୂର୍ଣ୍ଣ ନିର୍ମଳ ରଖିବା ପାଇଁ ଏବେ କାର୍ଯ୍ୟ କରାଯାଉଛି । ପୋଖରୀକୁ ଶୁଖାଯାଇ ମେସିନ୍ ମାଧ୍ୟମରେ ପଙ୍କ ଗୁଡ଼ିକ କଢା ଯାଉଛି । ପଙ୍କ କଢା ସରିବା ପରେ ପାଣିକୁ ନିର୍ମଳ ରଖିବି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ସେହିପରି ପୁଷ୍କରିଣୀ ମଧ୍ୟରେ ଥିବା ଯଜ୍ଞ ବେଦୀକୁ କଳାକୃତିର ରୂପ ଦିଆଯିବ । ପ୍ରବେଶ ପଥର ମୁଖ୍ୟ ତୋରଣରେ ପ୍ରଭୁ ବିଷ୍ଣୁ, ଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କର‌ ପ୍ରତିମା ଶୋଭା ପାଇବ ବୋଲି କହିଛନ୍ତି କର୍ଯ୍ୟର୍ନିବାହୀ । ତେବେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ମାର୍କଣ୍ଡ ପୁଷ୍କରିଣୀର ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ନେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ପୁରୀ ବାସିନ୍ଦା ।

ତେବେ ମାର୍କଣ୍ଡ ପୁଷ୍କରିଣୀର ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ପୁଷ୍କରିଣୀର ଚତୁଃପାର୍ଶ୍ଵରେ ପାଦ ଚଲା ରାସ୍ତା ରହିବ । ପୁଷ୍କରିଣୀର ପାଚେରୀରେ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ମାର୍କଣ୍ଡ ଋଷିଙ୍କ କଥାବସ୍ତୁ ସହିତ ମହାପ୍ରଭୁଙ୍କ ବିଭିନ୍ନ ଯାନି ଯାତ୍ରା ବର୍ଣ୍ଣନା କରାଯିବ । ପୁଷ୍କରିଣୀର ଚତୁଃପାର୍ଶ୍ଵକୁ ଆଲୋକମାଳାରେ ଆଲୋକୀକରଣ କରାଯିବ ସହ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ଓ ପୋଷାକ ବଦଳାଇବା ଗୃହ ନିର୍ମାଣ ହେବ । ସେହିପରି ଦଶାହ କାର୍ଯ୍ୟ, ପିଣ୍ଡଦାନ, ଚୁଟି ପକାଇବା ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ ।

ତେବେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଏହି ପୁଷ୍କରିଣୀ ଥିବାବେଳେ ଏହାର ପୁନରୁଦ୍ଧାର କରାଯାଉଥିବାରୁ ସେବାୟତ ଓ ଜଗନ୍ନାଥ ପ୍ରେମୀ ଏହାକୁ ସ୍ବାଗତ କରିଛନ୍ତି । ସେପଟେ ମାର୍କଣ୍ଡ ପୁଷ୍କରିଣୀର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଭକ୍ତମାନେ ଏକ ନୂଆ ଅନୁଭୂତି ନେଇ ଫେରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ନବକଳେବର ସମୟରେ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ସହ ବଳଭଦ୍ର ଜନ୍ମୋତ୍ସବ, କାଳୀୟ ଦଳନ ନୀତି ସହ ଅନ୍ୟାନ୍ୟ ନୀତି ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.