ETV Bharat / state

ଯୌତୁକ ଜୁଇରେ ନବବଧୂ, ସ୍ବାମୀ ଅଟକ

author img

By

Published : Dec 15, 2020, 12:50 PM IST

ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ । ଅଧିକ ଯୌତୁକ ପାଇଁ ପୁଣି ଜଣେ ନବବଧୂକୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଅଧିକ ପଢନ୍ତୁ...

ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୁ
ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୁ

ପୁରୀ: ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ । ଯୌତୁକ ନେବା ଓ ଦେବା ଏକ ଆଇନଗତ ଅପରାଧ । ଏହା ଜାଣିବା ପରେ ବି ସୁଧୁରୁନି ମଣିଷ ସମାଜ । ଯୌତୁକ ଦାବି ନେଇ ଅନେକ ବଧୂହତ୍ୟା ଘଟଣା ସାମ୍ନାକୁ ଆସୁଛି । ମଙ୍ଗଳବାର ପୁରୀ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ମାତାଗୋସେଇଁ ଲେନରେରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୁ

ସୂଚନାଅନୁସାରେ,ଚନ୍ଦନପୁର ଥାନା ଗଡ଼ମୃଗଶୀରା ସୁନ୍ଦର ଗ୍ରାମର ବିଜୟ ସ୍ବାଇଁଙ୍କ ୨୮ ବର୍ଷୀୟା ଝିଅ ମୋନାଲି ମୋନାଲିସା ସ୍ବାଇଁ ଗତ ମାର୍ଚ୍ଚ 18ରେ ମାତାଗୋସେଇଁ ଲେନର ଜଳନ୍ଧର ନାୟକଙ୍କ ପୁଅ ବଦ୍ରିନାରାୟଣ ବିବାହ କରିଥିଲେ । ବିବାହ ସମୟରେ ବରଘରର ଦାବି ମୁତାବକ ଟଙ୍କା, ସୁନାଗହଣା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା ।ବିବାହର ଆଠମାସ ପରେ ଅଧିକ ଯୌତୁକ ଦାବି କରି ମୋନାଲିଙ୍କୁ ତାଙ୍କ ସ୍ବାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ପିଟ ମଧ୍ୟ କରୁଥିବା ପରିବାର ଲୋକ ଅଭିଯୋଗରୁ ଜଣାପଡିଛି ।

ତେବେ ଗତକାଲି ମୋନାଲିଙ୍କ ମୃତଦେହ ତାଙ୍କ ଶାଶୁଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୌତୁକ ପାଇଁ ମୋନାଲିଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶାଶୁଘର ଲୋକେ ଏଭଳି କାଣ୍ତ ଭିଆଇଥିବା ମୃତ ମୋନାଲିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସବୁଠାରୁ ବଡ଼କଥା ହେଲା ମୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଶାଶୁଘର ପକ୍ଷରୁ ଖବର ଦିଆଯାଇନଥିଲା। ଗାଁରେ ଅନ୍ୟ ଲୋକଙ୍କ ଠାରୁ ଖବର ପାଇ ମୋନାଲିଙ୍କ ପରିବାର ଲୋକେ ଶାଶୁ ଘରେ ପହଞ୍ଚିଥିଲେ। ସେଠାରେ ମୋନାଲିଙ୍କ ମୃତଦେହ ଆଣ୍ଠୁଠାରୁ ଚଟାଣକୁ ଲାଗିଥିବା ଦେଖି ଏହା ହତ୍ୟା ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଝିଅର ପୋଷ୍ଟମର୍ଟମ ନକରିବାକୁ ପରିବାର ଲୋକେ ଜିଦ କରିଥିଲେ। ଘଟଣାକୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ଟାଉନା ଥାନା ପୋଲିସ ଗୁରୁତର ସହ ଗ୍ରହଣ କରିଥିବା କହିଛନ୍ତି ସିଟି ଡ଼ିଏସପି କ୍ଷୀରସାଗର ନାୟକ । ଘଟଣାରେ ମୃତ ମୋନାଲିଙ୍କ ସ୍ବାମୀ ବଦ୍ରିନାରାୟଣକୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.