ETV Bharat / state

ପୁଣି ଜୋର ଧରିଲା ଉପକୂଳ ରାଜପଥ ନିର୍ମାଣ ଦାବି

author img

By

Published : Nov 15, 2020, 9:12 PM IST

ଉପକୂଳ ରାଜପଥ ନିର୍ମାଣ ଦାବି ପୁରୀ ଜିଲ୍ଲା ସାତପଡ଼ା ଠାରୁ ଦୀଘା ପର୍ଯ୍ୟନ୍ତ ୪୫୧କି.ମି ବ୍ୟାପୀ ପଦଯାତ୍ରା । ପଢନ୍ତୁ ଅଧିକ.....

ପୁଣି ଜୋର ଧରିଲା ଉପକୂଳ ରାଜପଥ ନିର୍ମାଣ ଦାବି
ପୁଣି ଜୋର ଧରିଲା ଉପକୂଳ ରାଜପଥ ନିର୍ମାଣ ଦାବି

ପୁରୀ: ଉପକୂଳ ରାଜପଥ ନିର୍ମାଣ ଦାବିରେ ପୁରୀ ଜିଲ୍ଲା ସାତପଡ଼ା ଠାରୁ ଦୀଘା ପର୍ଯ୍ୟନ୍ତ ୪୫୧କି.ମି ବ୍ୟାପୀ ପଦଯାତ୍ରା କଲେ ଉପକୂଳ ରାଜପଥ ନିର୍ମାଣ ମିଳିତ ମଞ୍ଚ ପକ୍ଷରୁ ୬ଟି ଜିଲ୍ଲାର ଶତାଧିକ ଲୋକେ। ଏହି ଶୋଭାଯାତ୍ରା ଭକ୍ତ ସାଲବେଗ ସମାଧି ପୀଠରୁ ରାଜଧାନୀ ଅଭିମୁଖେ ବାହାରିଛି।

ପୁଣି ଜୋର ଧରିଲା ଉପକୂଳ ରାଜପଥ ନିର୍ମାଣ ଦାବି

୨୦୧୫ ମସିହାରୁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ମଞ୍ଜୁର କରିଥିଲେ ହେଁ ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଉପକୂଳବର୍ତ୍ତି ୬ ଟି ଜିଲ୍ଲାରେ ଅନେକ ଦ୍ବୀପାଞ୍ଚଳ ଓ ବିଛିନ୍ନଅଂଚଳ ରହିଥିବାବେଳେ ସବୁଦିନିଆ ରାସ୍ତା ନଥିବାରୁ ଲୋକେ ନଦୀ ଦେଇ ବିପଦଶଙ୍କୁଳ ଅବସ୍ଥାରେ ପ୍ରତ୍ୟହ ଯାତାୟତ କରୁଛନ୍ତି।

ତେଣୁ ପ୍ରସ୍ତାବିତ ଉପକୂଳ ରାଜପଥ ନିହାତି ଆବଶ୍ୟକ ବୋଲି ସେମାନେ ଦାବି କରୁଛନ୍ତି । ତେବେ ପ୍ରକଳ୍ପ କାମ ଆରମ୍ଭ ହେବା ବିଳମ୍ବ ହେଉଥିବାରୁ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତାକାଲି ମଞ୍ଚ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ସ୍ମାରକପତ୍ର ଦିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.