ETV Bharat / state

ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ଦୁର୍ନୀତି ! ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : May 17, 2023, 10:47 PM IST

ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଘର ଆବଣ୍ଟନ ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି। ସାମାଜିକ କର୍ମୀ ଦିଲ୍ଲୀପ କୁମାର ବରାଳ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଅଧିକ ପଢନ୍ତୁ

ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ଦୁର୍ନୀତି, ଜନସ୍ବାର୍ଥ ମାମଲା ଦାୟର
ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ଦୁର୍ନୀତି, ଜନସ୍ବାର୍ଥ ମାମଲା ଦାୟର

ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ଦୁର୍ନୀତି, ଜନସ୍ବାର୍ଥ ମାମଲା ଦାୟର

ପୁରୀ: ପୁରୀରେ ତିନୋଟି ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ଦୁର୍ନୀତି । ଦୋକାନ ବଣ୍ଟନରେ ସ୍ବଚ୍ଛତା ଆଣିବାକୁ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର । ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଘର ଆବଣ୍ଟନ ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି। ସାମାଜିକ କର୍ମୀ ଦିଲ୍ଲୀପ କୁମାର ବରାଳ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ମାମଲାର ଗମ୍ଭୀରତାରକୁ ବିଚାର କରି ଦୋକାନ ଘର ଆବଣ୍ଟନରେ ରହିତାଦେଶ ଜାରି ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସ , ମୋଚି ସାହୀ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ପୁନଃରୁଦ୍ଧାର କରାଯାଇ ଥିବା ବେଳେ ଜେଲ ରୋଡ ବହୁତଳ କାର ପାର୍କିଂ ରେ ନୂଆ କରି ଦୋକାନ ଘର କରଯାଇଛି। ସଂଖ୍ୟା ଦେଖିଲେ ତିନି ମାର୍କେଟ କମ୍ପ୍ଲେକ୍ସ ରେ ସମୁଦାୟ 771 ଟି ଦୋକାନ ଘର ରହିଛି। ଏଥି ରୁ 644 ଟି ଦୋକାନ ଗୃହ ବିଭିନ୍ନ ବ୍ୟକ୍ତି ବିଶେଷ, ସେବାୟତ ନିଯୋଗ, ଓ ବିଭିନ୍ନ ଅନୁଷ୍ଠାନକୁ ବଣ୍ଟନ କରଯାଇଛି। ଯେଉଁଥିରେ କେବଳ ବିସ୍ଥାପିତ ଙ୍କୁ 544 ଟି ଦୋକାନ ଘର ବଣ୍ଟନ କରଯାଇଛି। ଆବେଦନକାରୀ ବରାଳ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବହୁ ପ୍ରଭାବଶାଳୀ, ବଡ ବଡିଆ, ଧନୀକ ଶ୍ରେଣୀ ବ୍ୟକ୍ତି ଙ୍କୁ ଦୋକାନ ଘର ବଣ୍ଟନ କରାଯାଇଛି। ଯେଉଁ ଥିରେ ବଡ ବଡ ନେତା, ସେବାୟତ ଓ କିଛି ସାମ୍ବାଦିକ ରହିଛନ୍ତି। ଜଣେ ବ୍ୟକ୍ତି ଙ୍କୁ ଏକାଧିକ ଦୋକାନ ଘର ବଣ୍ଟନ କରାଯାଇଛି। ଗରିବ ଦୋକାନୀଙ୍କୁ ଅଣଦେଖା କରି ଏହି ଦୋକାନ ଘର ବଣ୍ଟନ କରାଯାଇଛି।

ଦୋକାନ ଘର ଆବଣ୍ଟନ ରେ ଯେଉଁ ପ୍ରକ୍ରିୟା ରହିଛି ତାକୁ ଅନୁସରଣ କରଯାଇନାହିଁ। ବିନା ବିଜ୍ଞପ୍ତିରେ ପ୍ରଶାସନ ଏହି ଦୋକାନ ଘର ବଣ୍ଟନ କରିଛି। ଫଳରେ ବଡ ଦାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଦୋକାନ ହରାଇ ଥିବା ଗରୀବ ଦୋକାନୀ ମାନେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ଦୁର୍ନୀତି ଖୋର ଅଧିକାରୀ ମାନେ ଦୋକାନ ଘର ଆବଣ୍ଟନ ରେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ବେଆଇନ ଦୋକାନ ଘର ଆବଣ୍ଟନ ତାଲିକାକୁ ରଦ୍ଦ, ଦୋକାନ ଘର ପାଇବାକୁ ଥିବା ଯୋଗ୍ୟ ଦୋକାନୀ ଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରୀ କରିବା, ଆବଣ୍ଟନ ପ୍ରକ୍ରିୟାରେ ନିୟମକୁ ଅନୁସରଣ, ସ୍ବଚ୍ଛ ପ୍ରକ୍ରିୟାରେ ଯୋଗ୍ୟ ଦୋକାନୀ ଙ୍କୁ ଦୋକାନ ଘର ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ଆବେଦନକାରୀ ଦିଲ୍ଲୀପ ବରାଳ।

ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚୀବ, ଗୃହ ଓ ନଗର ଉନ୍ନୟନ ସଚୀବ, ପିକେଡିଏ, ପୁରୀ ଜିଲାପାଳ ଓ ପୁରୀ ପୌର ନିର୍ବାହୀ ଅଧିକାରି ଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନ କାରୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.