ETV Bharat / state

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Dec 23, 2020, 10:52 AM IST

ପ୍ରାଚୀ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଦୁଇ ଦିନ ତଳେ ନିଖୋଜ ହୋଇଯାଇଥିବା ବେଳେ ଏବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ଏବଂ ତାଙ୍କୁ କେହି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ଅଧିକ ପଢନ୍ତୁ...

ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା କାକଟପୁର ନୟାହାଟ ଧୂମାଳ ବାଳିକା ଉଚ୍ଚ ବିଦ୍ୟାଳୟର କିରାଣୀ ମନୋଜ କୁମାର ମହାନ୍ତିଙ୍କ ମୃତଦେହ ପ୍ରାଚୀ ନଦୀରୁ ଉଦ୍ଧାର କରାଯାଇଛି । ତେବେ ମନୋଜଙ୍କ ଘର କାକଟପୁର ଥାନା ସାଢ଼େଙ୍ଗା ପାଟପୁର ଗ୍ରାମର ବୋଲି ଜଣାପଡ଼ିଛି । ସେ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇ ଥିବା ବେଳେ ଏବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ କେହି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ ।

ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରୁ ମଦ ବୋତଲ ମଧ୍ୟ ଜବତ ହୋଇଛି । ମୋବାଇଲ କଲ ଡିଟେଲ ଆସିବା ପରେ ସେ ମୃତ୍ୟୁ ପୂର୍ଵରୁ କାହା ସହିତ କଥା ହୋଇ ଥିଲେ ତାହା ଜଣାପଡିବ ଓ ତଦନ୍ତ ଆହୁରି ଜୋରଦାର ହେବ ବୋଲି ପୋଲିସ କହିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.