ETV Bharat / state

ପୁରୀରେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ, ଗୋ ବ୍ୟାକ୍ ନାରା ଦେଲା ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Jan 14, 2024, 9:29 AM IST

Updated : Jan 14, 2024, 9:37 AM IST

VK Pandian faces black flag protest: ପୁରୀ ଗସ୍ତ ସମୟରେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ । ଅଧିକ ପଢନ୍ତୁ

ପୁରୀରେ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ
ପୁରୀରେ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀରେ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ: 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ । ପୁରୀ ଗସ୍ତରେ ଆସିଥିବା ବେଳେ ଆଜି (ରବିବାର) ସକାଳୁ ପାଣ୍ଡିଆନଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହ କଳା ପତକା ପ୍ରଦର୍ଶନ କରାଯାଇଛି । ଅର୍ପଣ ରଥ ଆଳରେ ନିଜର ପ୍ରଚାର ପାଇଁ ମହାପ୍ରଭୁଙ୍କ ମୂର୍ତ୍ତିକୁ ଅପମାନିତ କରିବା, ମହାପ୍ରଭୁଙ୍କ ନାମରେ ଚାଉଳ ଭିକ୍ଷା କରିବାକୁ ନେଇ ପୁରୀ ଛାତ୍ର କଂଗ୍ରେସ ଗୋ ବ୍ୟାକ୍ ନାରା ଦେଇ ତାଙ୍କୁ ବିରୋଧ କରିଛି ।

ଆଜି (ରବିବାର) ଭୋର ସମୟରେ ପୁରୀ ଗସ୍ତରେ ଆସିଥିବା 5T ଅଧ୍ୟକ୍ଷ ଭି.କେ. ପଣ୍ଡିଆନଙ୍କୁ ବିରୋଧ ଏବଂ କଳା ପତକା ପ୍ରଦର୍ଶନ କରାଯାଇଛି । ପୁରୀ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଶ୍ରୀମନ୍ଦିର ନିକଟରେ 5T ଅଧ୍ୟକ୍ଷଙ୍କୁ ବିରୋଧ କରାଯିବା ସହ କଳା ପତକା ପ୍ରଦର୍ଶନ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ବେଳେ ତରବରିଆ ଭାବେ ଆଗାମୀ ନିର୍ବାଚନ ଦୃଷ୍ଟିରୁ କେବଳ ଭୋଟ ପାଇଁ ଏହାକୁ ଉଦଘାଟନ କରାଯାଉଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଜଗନ୍ନାଥଙ୍କ ନାଁ ନେଇ କେବଳ ରାଜନୀତି କରାଯାଉଛି ବୋଲି ଦଳ ଅଭିଯୋଗ କରିଛି । ସେହିଭଳି ଅର୍ପଣ ରଥ ଆଳରେ ନିଜ ଦଳୀୟ ପ୍ରଚାର କରିବା ସହ ମହାପ୍ରଭୁଙ୍କ ମୂର୍ତ୍ତିକୁ ଅପମାନିତ କରାଯାଉଥିବା ଓ ମହାପ୍ରଭୁଙ୍କ ନାଁରେ ଚାଉଳ ଭିକ୍ଷା କରିବା ଭଗବାନଙ୍କ ପ୍ରତି ଅପମାନ ବୋଲି କହିଛି କଂଗ୍ରେସ । ଏହାକୁ ପ୍ରତିବାଦ କରି ପାଣ୍ଡିଆନକୁ ବିରୋଧ କରାଯାଇଛି ।

ଏହାମଧ୍ୟ ପଢନ୍ତୁ : ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କୁ ବିରୋଧ, ପ୍ଲାକାର୍ଡ ଦେଖାଇଲେ ବିଜେପି କର୍ମୀ

ଛାତ୍ର କଂଗ୍ରେସ କହିଛି ଯେ, ଓଡ଼ିଶାରେ ଭୟଙ୍କର ନ'ଅଙ୍କ ଦୁର୍ଭିକ୍ଷ ବେଳେ ମଧ୍ୟ ଜଗନ୍ନାଥଙ୍କ ଲାଗି ଚାଉଳ ଭିକ୍ଷା ହୋଇନାହିଁ l ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି ? ସଂଗୃହିତ ଚାଉଳ ମହାପ୍ରସାଦରେ ଲାଗିବ କି ? ଏକ ରାସ୍ତା ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ନାଁରେ ଚାଉଳ ଭିକ୍ଷା କାହିଁକି ହେଉଛି ? ଏହିସବୁ ପ୍ରସଙ୍ଗକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ରୀସାନ କୁମାର ଦାଶ, ରାଜା ଦାସ, ଗୌରବ ପ୍ରଧାନ, ମହେଶ ସାହୁ, ଅଭିଜିତ ମଜୁମଦାର, ସନ୍ତୋଷ ପରିଡା ଆଦି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତକୁ କଳା ପତାକା ପ୍ରଦର୍ଶନ କରାଯାଇଛି l

ଇଟିଭି ଭାରତ, ପୁରୀ

Last Updated : Jan 14, 2024, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.