ETV Bharat / state

ପ୍ରଚାର ପ୍ରସାରରେ ମଧ୍ୟାହ୍ନ ଭୋଜନ, ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ

author img

By ETV Bharat Odisha Team

Published : Jan 20, 2024, 3:57 PM IST

PM Poshan: ସ୍କୁଲ କାନ୍ଥରେ PM POSHAN ତଥ୍ୟ ରହିବା ନେଇ ଚିଠି ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ହେଲେ ପିଲାଙ୍କୁ ସଠିକ ଭାବରେ ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପ୍ରଚାର ପ୍ରସାରରେ ମଧ୍ୟାହ୍ନ ଭୋଜନ
ପ୍ରଚାର ପ୍ରସାରରେ ମଧ୍ୟାହ୍ନ ଭୋଜନ
ପ୍ରଚାର ପ୍ରସାରରେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ପ୍ରଚାର ପ୍ରସାରରେ ମଧ୍ୟାହ୍ନ ଭୋଜନ । କମ ପଇସାରେ ଅଧିକ ଆଶା । ପ୍ରଚାର ଆଗ ପରେ ପୃଷ୍ଟି । ବର୍ତ୍ତମାନ ସ୍କୁଲ କାନ୍ଥରେ PM POSHAN ତଥ୍ୟ ଓ ନୂଆ କରି କରାଯାଇଥିବା ଲୋଗୋକୁ ପୁଣିଥରେ ପ୍ରସ୍ତୁତ କରାଯିବା ନେଇ ଚିଠି ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିପାଇଁ ସ୍କୁଲକୁ ଏ ବାବଦରେ ୫ ହଜାର ଟଙ୍କା ମଧ୍ୟ ଦିଆଯାଇଛି । କିନ୍ତୁ ଅନ୍ୟପଟେ ପିଲାଙ୍କୁ ସଠିକ ଭାବରେ ଖାଇବାକୁ ଦିଆଯାଉ ନଥିବା ବାରମ୍ବାର ଅଭିଯୋଗ ହେଉଛି । ହେଲେ ଏଥିପ୍ରତି କାହାର ନଜର ନାହିଁ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ନଦେଇ କେବଳ ସ୍କୁଲ କାନ୍ଥରେ PM POSHAN ତଥ୍ୟ ଦେଇଦେଲେ କିଛି ହେବନି ବୋଲି କହିଛନ୍ତି ଅଭିଭାବକ ।

ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପ୍ରାଥମିକ ସ୍ତରରେ ସ୍କୁଲ ପିଲା ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ପିଲା ପିଛା ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିଏକୁ ୭ରୁ ୮ ଟଙ୍କା, ଡାଲି କିଲୋ ୧୫୦ରୁ ୨୦୦ ଟଙ୍କା ସେଠାରେ ଏତେ କମ ପରିମାଣରେ ପୋଷୋଣ ଥିବା ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି ତାହା ଜଣାପଡୁଛି । ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି କୌଣସି ଅଧିକାରୀ ବା ସରକାର ମଧ୍ୟ ଦୃଷ୍ଟି ଆକର୍ଷଣ କରୁନାହାନ୍ତି । ଏପଟେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଏଠାରେ ଯେଉଁ କାନ୍ଥରେ ତଥ୍ୟ ରଖାଯିବ ଆଉ ପିଏମ ପୋଷୋଣର ଲୋଗୋ ରହିବ ଏହାଦ୍ବାରା ସାଧାରଣ ଛାତ୍ରଛାତ୍ରୀ ଉନ୍ନତମାନର ମଧ୍ୟାହ୍ନ ଭୋଜନ ଖାଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ସ୍କୁଲ କାନ୍ଥରେ ରହିବ ପିଏମ ପୋଷଣ ଯୋଜନାର ତଥ୍ୟ

କେବଳ କାନ୍ଥରେ ରଙ୍ଗ ମାରିଦେଲେ ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରିବ ନାହିଁ, ଯେଉଁ ମଧ୍ୟାହ୍ନ ଭୋଜନର ଦର ଧାର୍ଯ୍ୟ କରାଯାଇଛି ତାହାକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ସଂଘର ସଭାପତି । ପ୍ରାଥମିକ ଠାରୁ ଉଚ୍ଚ ପ୍ରାଥମିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ତେବେ ବଜାରରେ ସମସ୍ତ ଜିନିଷର ଦର ଅଧିକ ହୋଇଥିବା ବେଳେ ୫ ଟଙ୍କାରେ କିଭଳି ପୁଷ୍ଟିକର ଖାଦ୍ୟ ଖାଇବେ ସେନେଇ ଚିନ୍ତାରେ ଶିକ୍ଷକ ଏବଂ ଅଭିଭାବକ । ତେବେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ କଥା କହୁଥିବା ସରକାର କେବେ ପିଲାଙ୍କୁ ଅଧିକରୁ ଅଧିକା ପୁଷ୍ଟିକର ଖାଦ୍ୟ ପାଇଁ ଅର୍ଥ ଦେବେ ତାହା ଦେଖିବାର ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.