ETV Bharat / state

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୁରୀରୁ ଅଯୋଧ୍ୟା ଯିବ ପଟ୍ଟଚିତ୍ର

author img

By ETV Bharat Odisha Team

Published : Jan 20, 2024, 12:01 PM IST

Ram mandir pran pratishtha: ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁପ୍ରତୀକ୍ଷିତ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁରରୁ ଅଯୋଧ୍ୟା ଯିବ ପଟ୍ଟଚିତ୍ର । ଅଧିକ ପଢନ୍ତୁ

Ram mandir pran pratishtha
Ram mandir pran pratishtha
Ram mandir pran pratishtha

ନିମାପଡ଼ା: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଯିବ ଶ୍ରୀରାମ ମନ୍ଦିର ଉଦ୍ଧେଶ୍ୟରେ ପ୍ରସ୍ତୁତ କରାଯାଇଥିବା ପଟ୍ଟଚିତ୍ର । ଏହି ପଟ୍ଟଚିତ୍ରକୁ କାରିଗର ନୀଳମଣି ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ଜୀବନ ଉପରେ ଆଧାରିତ ବିଷୟଵସ୍ତୁକୁ ଏହି ପଟ୍ଟଚିତ୍ରରେ ପଦର୍ଶିତ କରାଯାଇଛି । ଯାହାକୁ ଅତି ନିଖୁଣ କଳାରେ ତୋଳି ଧରିଛନ୍ତି ପଟ୍ଟଚିତ୍ର କାରିଗର। ଯାହା ଦେଖିବାକୁ ଅତି ଆକର୍ଷଣୀୟ ହୋଇଛି ।

ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁପ୍ରତୀକ୍ଷିତ ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଏକ ସ୍ବତନ୍ତ୍ର ପଟ୍ଟଚିତ୍ର । ଶ୍ରୀରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉଦ୍ଧେଶ୍ୟରେ ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି ଓଡ଼ିଆ କାରିଗର । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁରରୁ ଅଯୋଧ୍ୟା ଯିବ ପଟ୍ଟଚିତ୍ର । ମଠସାହି ଗ୍ରାମର ପଟ୍ଟଚିତ୍ର କାରିଗର ନୀଳମଣି ଜେନା ଓ ତାଙ୍କ ସହଯୋଗୀ ପ୍ରସ୍ତୁତ କରିଛନ୍ତି ଏହି ସ୍ବତନ୍ତ୍ର ପଟ୍ଟଚିତ୍ର । ପ୍ରଭୁ ଶ୍ରୀରାମଙ୍କ ଜୀବନୀ, ରାଜଭିଷେକ,ଦଶ ଅବତାର, ବନବାସ, ସୀତା ଅପହରଣ, ରାମ ରାବଣ ଯୁଦ୍ଧ, ଶୁଗ୍ରୀବଙ୍କ ସହିତ ମିତ୍ରତାକୁ ପଟ୍ଟଚିତ୍ର ମାଧ୍ୟମରେ ସ୍ଥାନିତ କରିଛନ୍ତି । ବିଶେଷ କରି ପାରମ୍ପରିକ ରଙ୍ଗରେ ଏହି ପଟ୍ଟଚିତ୍ର ପ୍ରସ୍ତୁତ କରାଯାଇଛି । ଯାହା ଅତି ଆକର୍ଷଣୀୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସାମ୍ନାକୁ ଆସିଲା ରାମଲାଲାଙ୍କ ଶ୍ରୀମୁଖ ଫଟୋ, ରାମନାମରେ ପ୍ରକମ୍ପିତ ଚତୁର୍ଦ୍ଦିଗ

ତେବେ ଏହି ପଟ୍ଟଚିତ୍ରଟି ଆଠ ଫୁଟ ଆଠ ଇଞ୍ଚ ଲମ୍ବ ଓ ତିନି ଫୁଟ ୪ଇଞ୍ଚ ଓସାରରେ ପ୍ରସ୍ତୁତ କରାଯାଇଛି । ଏହି ପଟ୍ଟଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପାଞ୍ଚ ଜଣ ପଟ୍ଟଚିତ୍ର କାରିଗରଙ୍କୁ ପ୍ରାୟ ୨୫ରୁ ୩୦ଦିନ ସମୟ ଲାଗିଥିଲା ବେଳେ ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଏହି ପଟ୍ଟଚିତ୍ର ପ୍ରଦାନ କରି ବେଶ ଉତ୍ସାହିତ ଅଛନ୍ତି ଏହି କାରିଗର । ସେପଟେ ନିଜ ଗ୍ରାମରରୁ ଶ୍ରୀରାମ ମନ୍ଦିର ପାଇଁ ପଟ୍ଟଚିତ୍ର ପ୍ରସ୍ତୁତ କରି ଯାଉଥିବାରୁ ଉତ୍ସାହିତ ଅଛନ୍ତି ମଠସାହି ଗ୍ରାମବାସୀ । ଏଭଳି ଘଟଣା ପୁରୀ ଅଞ୍ଚଳ ଓ ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ଅଯୋଧ୍ୟାକୁ ପଟ୍ଟଚିତ୍ର ପ୍ରଦାନ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଏହି ପଟ୍ଟଚିତ୍ର କାରିଗର ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.