ETV Bharat / state

ପାନୀୟ ଜଳ ସଙ୍କଟ, ଚାଷଜମି ପାଣିରେ ଶୋଷ ମେଣ୍ଟାଉଛନ୍ତି ବାସିନ୍ଦା

author img

By

Published : Oct 10, 2020, 7:46 AM IST

ପାହାଡ଼ ଘେରା ଦୁର୍ଗମ ମହୁଲଝରଣ ଗାଁରେ ବିଶୁଦ୍ଧ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ପାଇପ ଯୋଗେ ଗାଁରେ ଜଳ ଯୋଗାଣ ନଥିବାବେଳେ ସ୍ଥାନୀୟ ଲୋକେ ନିକଟସ୍ଥ ଚାଷ ଜମି ରେଥିବା ଖୋଲା କୂଅର ଦୂଷିତ ପାଣିକୁ ସେବନ କରୁଛନ୍ତି ।

ପାନୀୟ ଜଳ ସଙ୍କଟ, ଚାଷଜମି ପାଣିରୁ ଶୋଷ ମେଣ୍ଟାଉଛନ୍ତି ବାସିନ୍ଦା
ପାନୀୟ ଜଳ ସଙ୍କଟ, ଚାଷଜମି ପାଣିରୁ ଶୋଷ ମେଣ୍ଟାଉଛନ୍ତି ବାସିନ୍ଦା

ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ବନ ପାହାଡ଼ ଘେରା ଦୁର୍ଗମ ମହୁଲଝରଣ ଗାଁରେ ବିଶୁଦ୍ଧ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ପାଇପ ଯୋଗେ ଗାଁରେ ଜଳ ଯୋଗାଣ ନଥିବାବେଳେ ସ୍ଥାନୀୟ ଲୋକେ ନିକଟସ୍ଥ ଚାଷ ଜମିରେ ଥିବା ଖୋଲା କୂଅର ଦୂଷିତ ପାଣିକୁ ସେବନ କରୁଛନ୍ତି ।

ପାନୀୟ ଜଳ ସଙ୍କଟ, ଚାଷଜମି ପାଣିରେ ଶୋଷ ମେଣ୍ଟାଉଛନ୍ତି ବାସିନ୍ଦା

ସାପ,ବେଙ୍ଗ, ସରୀସୃପ କୂଅର ଥିବାବେଳେ, ଏହି ଦୂଷିତ ପାଣିକୁ ସେବନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଗାଁ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା ପ୍ରତି କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଗାଁଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ମହୁଲଝରଣ ଗାଁପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.