କନ୍ୟାଶ୍ରମରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ଆସିଲା ଚିକିତ୍ସାରେ ଅବହେଳା ଅଭିଯୋଗ

author img

By

Published : Aug 5, 2022, 10:32 AM IST

student death in Nehena Kanya Ashram

ନେହେନା କନ୍ୟା ଆଶ୍ରମର ପ୍ରଥମ ଶ୍ରେଣୀ ଅନ୍ତେବାସିନୀ ଛାତ୍ରୀ ଶିବାନୀ ଭୋଇଙ୍କ ସନ୍ଦେହଜନକ ମୃତ୍ୟୁ । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ନୂଆପଡା: ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ନେହେନା କନ୍ୟା ଆଶ୍ରମରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ପ୍ରଥମ ଶ୍ରେଣୀ ଅନ୍ତେବାସିନୀଙ୍କ ସନ୍ଦେହଜନକ ମୃତ୍ୟୁହୋଇଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ ଛାତ୍ରୀ ହେଲେ ଶିବାନୀ ଭୋଇ । ଶିବାନୀଙ୍କ ଘର ମହୁଲକୋଟ ହୋଇଥିବା ବେଳେ ସେ ନେହେନା କନ୍ୟା ଆଶ୍ରମରେ ରହି ପଢୁଥିଲେ ।

ନେହେନା କନ୍ୟାଶ୍ରମରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନାଅନୁସାରେ, ବୁଧବାର ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ତେବେ ମଧ୍ୟରାତ୍ରୀରେ ତରବରିଆ ଭାବରେ ଆଶ୍ରମ ପ୍ରଧାନ ଶିକ୍ଷକ ନେତୃତ୍ବରେ ସହକର୍ମୀ ଶିକ୍ଷକ ମୃତ ଛାତ୍ରୀଙ୍କ ମୃତଦେହ ସଂସ୍କାର କରିଦେଇଥିବା ନେଇ ସୂଚନା ରହିଛି । ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ନ ଜଣାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଶିବାନୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, "ଶିବାନୀ ସୁସ୍ଥ ଥିଲା ଆଶ୍ରମରେ ରହି ପାଠ ପଢୁଥିଲା । ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମୁଁ ଦେଖା କରିଥିଲି । କିନ୍ତୁ ହଠାତ୍ ଝିଅର ଦେହ ଖବର ଶୁଣି ଯିବା ବେଳକୁ ଝିଅ ଚେତାଶୂନ୍ୟ ଥିଲା । ତେବେ ଝିଅ ଗତ ସପ୍ତାହ ହେଲା ଜ୍ଜ୍ୱରରେ ପୀଡିତ ଥିଲେ । ଶିକ୍ଷକଙ୍କ ବେପୁରିଆ ମନୋଭାବ କାରଣରୁ ଠିକ ସମୟରେ ଚିକିତ୍ସା ହୋଇ ପାରିଲା ନାହିଁ । ଫଳରେ ମୋର ଝିଅ ମୃତ୍ୟୁ ହୋଇଛି । ତେବେ କାହିଁକି ଏଭଳି ଘଟଣା ଘଟିଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ।"

ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ସହ ମୃତ ଛାତ୍ରୀଙ୍କ ପରିବାର ଲୋକେ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରୀ ଏବଂ ତଦନ୍ତ କରି ଚିକିତ୍ସାରେ ଅବହେଳା କରିଥିବା ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.