ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ନିର୍ବାଚନୀ ଧୂଆଁବାଣ ମାରୁଛନ୍ତି ସରକାର: ବିଜେପି

author img

By ETV Bharat Odisha Team

Published : Nov 10, 2023, 1:18 PM IST

ପ୍ରତି ନିର୍ବାଚନରେ ଯୋଜନା ଆସେ ହେଲେ ନର୍ବାଚନ ପରେ ତାର ଅପମୃତ୍ୟୁ ହୋଇଯାଏ । ଏହି ନବୀନ ଓଡ଼ିଶା ଆମ ଓଡ଼ିଶା ଯୋଜନା ବି କେବଳ ଭୋଟ ହାତେଇବାକୁ । ଅଧିକ ପଢ଼ନ୍ତୁ

Nuapada bjp Press meet
ବିଜେପି ସାମ୍ବାଦିକ ସମ୍ମିଳନୀ

nuapada bjp press meet

ନୂଆପଡା: ନିର୍ବାଚନ ଆସିଲେ ନବୀନ ସରକାର ଏମିତି ମାଳମାଳ ଯୋଜନା ଆଣନ୍ତି । ନବୀନ ଓଡ଼ିଶା ଆମ ଓଡ଼ିଶା ନାମରେ ନିର୍ବାଚନୀ ଧୂଆଁବାଣ ମାରୁଛନ୍ତି ନବୀନ ସରକାର । 2019ରେ ଆମ ଗାଁ ଆମ ବିକାଶ ଯୋଜନା, ପିଠା ଯୋଜନା, ଯୁବ ବାହିନୀ ଯୋଜନା ଆଣିଥିଲେ ହେଲେ ସବୁ ଫେଲ୍‌ ମାରିଛି । ପ୍ରତି ନିର୍ବାଚନରେ ଯୋଜନା ଆସେ ହେଲେ ନର୍ବାଚନ ପରେ ତାର ଅପମୃତ୍ୟୁ ହୋଇଯାଏ । ଏହି ଯୋଜନା ବି କେବଳ ଭୋଟ ହାତେଇବାକୁ । ନୂଆପଡ଼ା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ।

ନୂଆପଡା ଜିଲ୍ଲାରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିବେ । ଏହା ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେପି ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ନବୀନ ବାବୁ ଭୋଟ ହାତେଇବା ଭଳି ହୀନ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ହୀନ ଉଦ୍ୟମ କରୁଥିବା କହିଛି ନୂଆପଡ଼ା ବିଜେପି ।

ଜିଲ୍ଲାର ଖଟିଖିଆ, ଦିନ ମଜୁରିଆ, ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ, ଚାଷୀଙ୍କ ପାଇଁ ଏହି ଯୋଜନା କୌଣସି କାମରେ ଲାଗିବ ନାହିଁ । ବିଜେଡି ସରକାର ପ୍ରତ୍ୟେକ ଥର ନିର୍ବାଚନ ସମୟରେ ଭୋଟରକୁ ପ୍ରଭାବିତ କରିବା ପାଇଁ ଅନେକ ଯୋଜନା ଘୋଷଣା କରିଥାଆନ୍ତି । ଅତୀତରେ ବିଜୁ ଯୁବ ବାହୀନ, ପିଠା, ଆମଗାଁ ବିକାଶ ଭଳି ଅନେକ ଯୋଜନା ଘୋଷଣା କରିଛନ୍ତି । ଏହି ସବୁ ଯୋଜନା ବର୍ତ୍ତମାନ ବନ୍ଦ ହୋଇଗଲାଣି । ନିର୍ବାଚନ ଭୋଟ ଶେଷ ହୋଇଗଲେ ଯୋଜନାର ଅପମୃତ୍ୟୁ ହୋଇଯାଏ ବୋଲି କହି ବିଜେପି କଡା ସମାଲୋଚନା କରିଛି । ଏଭଳି ଯୋଜନା କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ନିଜ ଦଳୀୟ କର୍ମୀଙ୍କୁ ଠିକାବାଡି ଦେଇ ଖୁସି କରିବା ପାଇଁ ବିଜେଡି ସରକାର ଏଭଳି ଯୋଜନା କରିଥାଏ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି ।

ଏଭଳି ଯୋଜନା କରିବା ଦ୍ୱାରା ଜ଼ିଲ୍ଲାର କୌଣସି ବିକାଶ ହେବନାହିଁ । ନୂଆପଡା ଏକ ଦାଦାନ ପ୍ରବଣ ଜିଲ୍ଲା । ଏଠାରେ କ୍ରମାଗତ ଭାବରେ ଚାଷୀ ମରୁଡ଼ି ଶିକାର ହେଉଛନ୍ତି । ଲୋକଙ୍କୁ ପିଇବା ପାଣି ମିଳୁନାହିଁ ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣି ପିଇ ଲୋକଙ୍କ ଜୀବନ ବିପଦରେ ପଡୁଛି । ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳୁନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି । ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକୀୟ କର୍ମଚାରୀ ନାହିଁ । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଜ଼ିଲ୍ଲାରେ ଶିଳ୍ପର ବିକାଶ ନାହିଁ । ଶିଳ୍ପ ବିହୀନ ଜ଼ିଲ୍ଲା ଭାବରେ ନୂଆପଡା ବେଶ ଚର୍ଚ୍ଚିତ ଜନ ହିତକର ଯୋଜନା କରିବା ପରିବର୍ତ୍ତେ "ଆମ ଓଡ଼ିଶା ନବୀନ ଓଡିଶା" ଯୋଜନା ଏକ ପ୍ରହସନ ପାଳଟିଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କିରିଛି ନୂଆପଡା ବିଜେପି ।

ଏହା ବି ପଢନ୍ତୁ...BJP Press Meet: ‘ମୁଖିଆ ଧୃତରାଷ୍ଟ୍ର ପାଲଟି ଯାଇଥିବାରୁ ଅରାଜକତା ବଢିଛି’

ଗତକାଲି (ଗୁରୁବାର) ଖଡ଼ିଆଳ ଶ୍ରୀଜିମଣ୍ଡପ ଠାରେ ନୂଆପଡା ଜ଼ିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ଜ଼ିଲ୍ଲା ବିଜେପି ସଭାପତି ସମେତ ବିଜେପି ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ବିଜେପି କିଷାନ ମୋର୍ଚ୍ଚା ଜ଼ିଲ୍ଲା ସଭାପତି ଦେବ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମକୁ ବିରୋଧ କରିବା ସହିତ ଯୋଜନାକୁ ସେ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.