ETV Bharat / state

ମଧୁବାବୁ ପେନସନ ଯୋଜନାରେ ମିଳୁନି ଭତ୍ତା, ଚିନ୍ତାରେ ହିତାଧିକାରୀ

author img

By

Published : Dec 4, 2021, 5:39 PM IST

ନୂଆପଡା ଜ଼ୀଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତରେ ବାଟବଣା ହୋଇଛି ମଧୁବାବୁ ପେନସନ ଯୋଜନା (Madhubabu Pension yojana) । ୨ମାସ ହେଲା 50 ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଭତ୍ତା ପାଇନଥିବା ଅଭିଯୋଗ । ଅଧିକ ପଢନ୍ତୁ

ମଧୁବାବୁ ପେନସନ ଯୋଜନାରେ ମିଳୁନି ଭତ୍ତା, ଚିନ୍ତାରେ ହିତାଧିକାରୀ
ମଧୁବାବୁ ପେନସନ ଯୋଜନାରେ ମିଳୁନି ଭତ୍ତା, ଚିନ୍ତାରେ ହିତାଧିକାରୀ

ନୂଆପଡା: ସରକାର ଅସହାୟ ବୃଦ୍ଧ ବୃଦ୍ଧା, ବିଧବା ଦିବ୍ୟାଙ୍ଗ ମାନଙ୍କୁ ମଧୁବାବୁ ପେନସନ ଯୋଜନା (Madhubabu Pension yojana)ରେ ସାମିଲ କରି ମାସକୁ ମାସ ପେନସନ ଦେବା ବ୍ୟବସ୍ଥା କରିଛନ୍ତି । ହେଲେ ଏହି ଯୋଜନା ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତରେ ବାଟବଣା ହୋଇଛି । ଦୀର୍ଘ 2ମାସ ହେବ ପେନସନ ଟଙ୍କା ନପାଇ ବୃଦ୍ଧ ବୃଦ୍ଧା ଦୁଃଖ କଷ୍ଟରେ ଚଳୁଛନ୍ତି । ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା କିଛି ବେପୁରିଆ ଅଧିକାରୀ ମାନଙ୍କ ପାଇଁ ବାଟ ବଣା ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ମଧୁବାବୁ ପେନସନ ଯୋଜନାରେ ମିଳୁନି ଭତ୍ତା, ଚିନ୍ତାରେ ହିତାଧିକାରୀ

ସମାଜର ମୁଖ୍ୟଶ୍ରୋତରେ ସାମିଲ କରିବା ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ନେଇ ସରକାର ମଧୁବାବୁ ପେନସନ ଏବଂ OAP ଯୋଜନା ହୋଇଛି । ଯେଉଁଠି 60ବର୍ଷିଆ ବୃଦ୍ଧ ବୃଦ୍ଧା ମାସିକ500 ଟଙ୍କା ଏବଂ 80ବର୍ଷିଆ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାସିକ 700ଟଙ୍କା ପେନସନ ପାଇବାର ବ୍ୟବସ୍ଥା ରହିଛି । ଚଳିତ 2021ବର୍ଷ ଅକ୍ଟୋବର, ନଭେମ୍ବର ଦୁଇ ମାସର ପେନସନ ପାଇ ନାହାଁନ୍ତି ବୃଦ୍ଧ ବୃଦ୍ଧା । ଫଳରେ ପେଟ ପାଇଁ ଖାଦ୍ୟ ଏବଂ ରୋଗ ପାଇଁ ଔଷଧ ନପାଇ ଦୁଃଖ କଷ୍ଟରେ ଚଳୁଛନ୍ତି ବରିଷ୍ଠ ନାଗରିକ ।

କୋମନା ବ୍ଳକ ଟିକ୍ରାପଡା ଗ୍ରାମର କିଶୋରି ଦଳପତି, ହେମକାନ୍ତି ରଣା, କେଶରୀ ରଣା, ଯମୁନା ବନିଛୋର ଭଳି ପ୍ରାୟ 50 ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ 2 ମାସ ହେବ ପେନସନ ଟଙ୍କା ପାଇ ନାହାନ୍ତି । ଏଭଳି ଟିକ୍ରାପଡା ଗ୍ରାମପଞ୍ଚାୟତ ର ଅନ୍ୟ ଗ୍ରାମ ଗୁଡିକର ବୃଦ୍ଧ ବୃଦ୍ଧା ମାନେ ମଧ୍ୟ ପେନସନ ଟଙ୍କା ପାଇନାହାଁନ୍ତି । ପୂର୍ବରୁ ସ୍ଥାନୀୟ ଗ୍ରାମପଞ୍ଚାୟତ ଜରିଆରେ ପେନସନ ଦିଆଯାଉଥିଲା । ଗତ କିଛି ମାସ ହେବ ସରକାରଙ୍କ ନିୟମ ଅନୁସାରେ ବ୍ୟାଙ୍କ ଏକାଉଣ୍ଟ ରେ ଅନଲାଇନ ପେମେଣ୍ଟ କରାଯାଉଛି । ଫଳରେ ହଇରାଣ ହେଉଛନ୍ତି ବୃଦ୍ଧ ବୃଦ୍ଧା ।

ଖଟିଆରୁ ଉଠି ଚାଲି ପାରୁନଥିବା ବୃଦ୍ଧ ବୃଦ୍ଧା ବ୍ୟାଙ୍କ କାର୍ଯ୍ୟାଳୟକୁ ଯିବା ସମ୍ଭବପର ହୋଇପାରୁନଥିବା ବେଳେ ପେନସନ ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି । ଅନ୍ୟପକ୍ଷେ କିଛି ବୃଦ୍ଧ ବୃଦ୍ଧା ସମ୍ପର୍କୀୟ ସହାୟତାରେ ବ୍ୟାଙ୍କ ଯାଇ ହତାଶ । ସେଠାରେ ବ୍ୟାଙ୍କ କର୍ମଚାରୀ ପେନସନ ଟଙ୍କା ଜମା ହୋଇନଥିବା କହୁଛନ୍ତି । ଏଭଳି ଦୁର୍ଦିନରେ ଦିନ କାଟୁଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା । ଅପରପକ୍ଷେ ସ୍ଵତନ୍ତ୍ର ଦୃଷ୍ଟିଦେଇ ବ୍ଲକ କର୍ମଚାରୀ ଗାଁକୁଯାଇ ସମସ୍ୟାର ସମାଧାନ କରିବେ ବୋଲି କୋମନା ବିଡ଼ିଓ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.