ETV Bharat / state

ନୂଆପଡାର ଦୁର୍ଗମ ଅଞ୍ଚଳରେ କୋଭିଡ-19 ସଚେତନତା ଅଭିଯାନ

author img

By

Published : May 30, 2021, 9:12 PM IST

ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂରତା ମାଓ ପ୍ରବଣ ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମ ପଞ୍ଚାୟତର ଖନ୍ଦାପଡା ଗ୍ରାମରେ ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

Covid19 awerness in rural area of nuapada district
ନୂଆପଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କୋଭିଡ 19 ସଚେତନତା ଅଭିଯାନ

ନୂଆପଡା: ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂରତା ମାଓ ପ୍ରବଣ ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମ ପଞ୍ଚାୟତର ଖନ୍ଦାପଡା ଗ୍ରାମରେ ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି।

ନୂଆପଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କୋଭିଡ 19 ସଚେତନତା ଅଭିଯାନ

ନୂଆମାଲପଡା ସରପଞ୍ଚ ନାକବୁନ୍ଧିଆ ଚିନ୍ଦା କୋଭିଡ-19 ଯୁଦ୍ଧରେ ହାରିଯାଇ ଗତ କିଛି ଦିନ ହେବ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁରେ ଜିଲ୍ଲା ବ୍ୟାପି ଶୋକ ର ଛାୟା ଖେଳିଯାଇଥିବାବେଳେ ନାଏବ ସରପଞ୍ଚ ବନିତା ପୋଢ଼ଙ୍କୁ ସରପଞ୍ଚଙ୍କ ଦାୟିତ୍ୱ ଅର୍ପଣ କରିଛନ୍ତି ନୂଆପଡା ଜିଲ୍ଲାପାଳ। ନୂଆମାଲପଡା ଗ୍ରାମପଞ୍ଚାୟତ ନବାଗତ ସରପଞ୍ଚ ବନିତା ପୋଢ଼ଙ୍କ ନେତୃତ୍ବରେ ଆଜି ଖନ୍ଦାପଡା ଗ୍ରାମ ଠାରେ ଘର ଘର ବୁଲି ମାସ୍କ, ସାନିଟାଇଜର,ସାବୁନ ବଣ୍ଟନ କରିଛନ୍ତି । ମହାମାରୀ କୋଭିଡ19 ରୁ ନୂଆମାଲପଡା ଗ୍ରାମ ପଞ୍ଚାୟତବାସୀ କିଭଳି ସୁରକ୍ଷିତ ଜୀବନ ଯାପନ କରିବେ, ଏହି ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିଛନ୍ତି। ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ସମ୍ପର୍କରେ ସ୍ପଷ୍ଟ ଭାବେ ଲୋକଙ୍କୁ ବୁଝାଇଛନ୍ତି।

ନବାଗତ ସରପଞ୍ଚ ବନିତା ପୋଢ଼ଙ୍କ ନେତୃତ୍ବରେ ସଚେତନତା ଅଭିଯାନରେ ନୂଆମାଲପଡା, ପୋର୍ଟଇପଡା,ଖନ୍ଦାପଡା, ଅଖଡାଭଟା ଅଙ୍ଗନୱାଡି କର୍ମୀ ବେଲମତି ମାଝୀ, ସୁନିତା ପତି, ଡାଲିମ୍ବ ମାଝୀ,ଉମାକାନ୍ତି ମାଝୀ ସାମିଲ ଥିଲେ । ସେହିଭଳି ସମସ୍ତ ଗ୍ରାମର ଆଶା ଦିଦି, OLM ର କୃଷି ମିତ୍ର, CRP ଦିଦି, ଶିକ୍ଷକ ସମେତ ସର୍ବୋପରି ସମାଜସେବୀ ଅବସରପ୍ରାପ୍ତ ଶିକ୍ଷକ ଉଜଳ ସିଂ ମାଝୀ, ଯୁବ ସମାଜସେବୀ ଗଣେଶ ପୋଢ଼ ସଚେତନତା ଅଭିଯାନରେ ସାମିଲ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.