ETV Bharat / state

‘କେନ୍ଦ୍ର ପାଣ୍ଠିକୁ ଆତ୍ମସାତ କରିଛି ବିଜେଡି ସରକାର, ଆଗାମୀ ନିର୍ବାଚନରେ ଜବାବ ଦେବେ ଜନତା’

author img

By ETV Bharat Odisha Team

Published : Oct 8, 2023, 5:31 PM IST

ନୂଆପଡା ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ସରକାର ପ୍ରଦାନ କରୁଥିବା ପାଣ୍ଠିକୁ ରାଜ୍ୟ ସରକାର ଆତ୍ମସାତ କରୁଥିବା ଅଭିଯୋଗ ଆଣିଲେ ମନମୋହନ । ଅଧିକ ପଢନ୍ତୁ

ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆପଡା: ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ନୂଆପଡା ଜିଲ୍ଲାକୁ ଗସ୍ତକରି ଫେରି ଯାଇଛନ୍ତି । ଗସ୍ତ କାଳରେ କେନ୍ଦ୍ର ସରକାରଙ୍କ ‘ମୋ ମାଟି ମୋ ଦେଶ’, ଏକ ଭାରତ ଶ୍ରେଷ୍ଠ ଭାରତ ବାର୍ତ୍ତଦେଇ ଖଡ଼ିଆଳ ଏବଂ ନୂଆପଡା ନିର୍ବାଚନ ମଣ୍ଡଳୀସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ବାଟିକା ନିର୍ମାଣ ପାଇଁ ମାଟି ସଂଗ୍ରହ କରିଥିଲେ । ଘରରୁ ଘର ବୁଲି ମାଟି ସଂଗ୍ରହ କରିଥିଲେ ସଭାପତି ମନମୋହନ ସମାଲଙ୍କ ସହ ବିଜେପିର ଶତାଧିକ କର୍ମକର୍ତ୍ତା ।

ପରେ ଖଡ଼ିଆଳ ଅଗ୍ରସେନ ଭବନ ଠାରେ ଏକ କର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମଳନୀରେ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ, କୃଷକ ମୋର୍ଚ୍ଚା ସଦସ୍ୟ ଦେବ ଦେବ ସିଂ ଦେଓ ଓ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅତିଜ କିଶୋର ଚଳାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ...IAS Reshuffle: IAS ସ୍ତରରେ ବଡ଼ ଅଦଳବଦଳ, ବିଷ୍ଣୁପଦ ସେଠୀ ପ୍ରମୁଖ ଶାସନ ସଚିବ

ଏନେଇ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘‘ଗତ ନଅ ମାସ ଭିତରେ କେନ୍ଦ୍ର ମୋଦି ସରକାର ଓଡ଼ିଶାର ବିକାଶ ପାଇଁ 18 ଲକ୍ଷ 83 ହଜାର କୋଟି ଟଙ୍କା ଦେଇଛନ୍ତି । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଶୁଦ୍ଦ ପାନୀୟଜଳ ଭଳି ଏକାଧିକ ଜନକଲ୍ୟାଣ କାରୀ ଯୋଜନା କରିବା କଥା । ଏହା ପରିବର୍ତ୍ତେ ରାଜ୍ୟ ବିଜେଡି ସରକାର କିଛି କାମ ନକରି ସମସ୍ତ କେନ୍ଦ୍ର ପାଣ୍ଠିକୁ ଆତ୍ମସାତ କରିଛି । ଆଗାମୀ ଦିନରେ ଦୁର୍ନୀତି ଭ୍ରଷ୍ଟାଚାର ବ୍ୟଭିଚାର ବିରୁଦ୍ଧରେ ଗାଁ ଗାଁରେ ଆନ୍ଦୋଳନ କରିବା ଯିବ । କେନ୍ଦ୍ର କରୁଥିବା ଜନ ହିତକାରୀ କାର୍ଯ୍ୟକୁ ଲୋକଲୋଚନକୁ ଅଣାଯିବ । ଶାସକ ଦଳ କେବଳ ପ୍ରଚାର ସର୍ବସ୍ୱ ସାଜିଛି । ଲୋକଙ୍କ ହିତ ପାଇଁ ନା କିଛି କରୁଛନ୍ତି, ନା କେନ୍ଦ୍ର ଯାହା କରିବାକୁ ଚାହିଁଛନ୍ତି ତାହା କରେଇ ଦେଉଛନ୍ତି । ଆଗାମୀ ନିର୍ବାଚନରେ ସାଧାରଣ ଜନାତା ନିଶ୍ଚିନ୍ତ ଏହାର ଜବାବ ଦେବ । ’’

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.